Latest Odisha News

BREAKING NEWS

ତାମିଲ ସୁପରହିଟ ସୋରାରଇ ପେଟରୁ ହିନ୍ଦୀ ରିମେକରେ ଅକ୍ଷୟ !

ମୁମ୍ବାଇ: ସାଉଥ ସୁପରଷ୍ଟାର ଅଭିନୀତ ସୁରିୟାଙ୍କ ତାମିଲ ସୁପରହିଟ ଫିଲ୍ମ ସୋରାରଇ ପୋଟରୁ ହିନ୍ଦୀ ରିମେକରେ ଅକ୍ଷୟ କୁମାର ହୀରୋ ହେବା ନେଇ ଏକପ୍ରକାର ନିଶ୍ଚିତ ହୋଇଯାଇଛି । ତେବେ ମେକର୍ସ କିମ୍ବା ଅକ୍ଷୟ ଏ ନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା କରି ନାହାନ୍ତି । ଏହି ଫିଲ୍ମ କ୍ୟାପ୍ଟେନ ଜିଆର ଗୋପୀନାଥ ଓ ସୁଧା କୋଙ୍ଗରା ପ୍ରସାଦଙ୍କ ଜୀବନ ଉପରେ ଆଧାରିତ ।

ଏହାର ସ୍କ୍ରିନ ପ୍ଲେ ଅକ୍ଷୟଙ୍କ ବହୁତ ପସନ୍ଦ ଆସିଛି । ହିନ୍ଦୀ ଦର୍ଶକ ମଧ୍ୟ ଏହାକୁ ଭଲ ପାଇବେ ବୋଲି ଅକ୍ଷୟ କହିଛନ୍ତି । ଅକ୍ଷୟ ଏବେ ପୃଥ୍ୱୀରାଜ ଓ ବଚ୍ଚନ ପାଣ୍ଡେ ଫିଲ୍ମ ନେଇ ବ୍ୟସ୍ତ ଅଛନ୍ତି । ଏହା ପରେ ଏ ନେଇ ସେ ଘୋଷଣା କରିବେ ବୋଲି ଅନୁମାନ କରାଯାଉଛି ।

Comments are closed.