Latest Odisha News

BREAKING NEWS

ବିଶ୍ବରେ ଆତଙ୍କ ରଚିଥିବା ନିଓକୋଭକୁ ନେଇ ପୁଣି ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ : ବିଶ୍ବରେ ଆତଙ୍କ ରଚିଥିବା ନିଓକୋଭକୁ ନେଇ ପୁଣି ବଢ଼ିଲା ଚିନ୍ତା । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିଛି, ଏହି ନୂଆ ଭୂତାଣୁ ମଣିଷ ଲାଗି ଅଧିକ ବିପଦ । ତେଣୁ ଏହା ଉପରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି । ଚୀନର ଉହାନ୍ ଗବେଷକମାନେ ଏହି ଭାଇରସକୁ ଚିହ୍ନଟ କରିବା ପରେ ବିଶ୍ବବ୍ୟାପୀ ଆଶଙ୍କା ସୃଷ୍ଟି ହୋଇଛି । ଦକ୍ଷିଣ ଆଫ୍ରିକାରେ ବିଶେଷ କରି ବାଦୁଡି ଦେହରେ ଦେଖାଯାଉଥିବା ନିଓକୋଭ ଏକ ଜଟିଳ ପ୍ରକାର ଭୂତାଣୁ ଏବଂ ଏହା ସମ୍ପର୍କରେ ବିଶେଷ ତଥ୍ୟ ହାସଲ କରିବାର ଆବଶ୍ୟକତା ରହିଛି ବୋଲି କହିଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ।

ଡବ୍ଲ୍ୟୁଏଚଓ କହିଛି, ମଣିଷ କ୍ଷେତ୍ରରେ ଦେଖା ଦେଉଥିବା ସଂକ୍ରାମକ ରୋଗର ପ୍ରାୟ ୭୫ ପ୍ରତିଶତ କାରଣ ହୋଇଥାନ୍ତି ଅନ୍ୟ ପ୍ରାଣୀ । କରୋନା ଭାଇରସ ବି ଅନ୍ୟ ପ୍ରାଣୀଙ୍କ ନିକଟରେ ଠାବ ହୋଇଛି । ଏହି ନିଓକୋଭ ଭାଇରସ ମର୍ସ-କୋଭ ଭାଇରସ ଭାରିଆଣ୍ଟ ସହ ସାମଞ୍ଜସ୍ୟ ରହିଛି । ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା ୭ ପ୍ରକାର କରୋନା ଭାଇରସ ଭାରିଆଣ୍ଟ ମଧ୍ୟରୁ ମର୍ସ-କୋଭ ଅନ୍ୟତମ । ମର୍ସ-କୋଭ ସାଉଦି ଆରବ, ୟୁଏଇ, ଦକ୍ଷିଣ କୋରିଆରେ ୨୦୧୦ ଦଶକରେ ଉତ୍ପାତ୍ତ ରଚିଥିଲା । ଗବେଷଣାରୁ ମିଳିଥିବା ତଥ୍ୟ ଅନୁସାରେ କୋଭିଡ ଭାଇସ ପରି ନିଓକୋଭ ମଣିଷର ବିଭିନ୍ନ କୋଷରେ ପ୍ରବେଶ କରିଥାଏ ।

Comments are closed.