Latest Odisha News

ଦିନକୁ ଦିନ ଘନୀଭୂତ ହେଉଛି ୟୁକ୍ରେନ୍ କ୍ରାଇସିସ୍

ମସ୍କୋ : ଦିନକୁ ଦିନ ଘନୀଭୂତ ହେଉଛି ୟୁକ୍ରେନ କ୍ରାଇସିସ । ଋଷ ଓ ଆମେରିକା ନେତୃତ୍ବାଧୀନ ନାଟୋ ବାହିନୀ ମଧ୍ୟରେ ବଢ଼ିବାରେ ଲାଗିଛି ବିବାଦ । ସେପଟେ ଆଫଗାନିସ୍ତାନ ସ୍ଥିତି ପରି ସମସ୍ୟା ଉପୁଜିବା ଆଶଙ୍କା କରି ଭାରତ ପକ୍ଷରୁ ନିଆଯାଇଛି ଆଗୁଆ ପଦକ୍ଷେପ । ୟୁକ୍ରେନରେ ରହୁଥିବା ପ୍ରାୟ ୧୮ ହଜାର ଭାରତୀୟ ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ ନାଗରିକଙ୍କୁ କିଏଭସ୍ଥିତ ଭାରତୀୟ ରାଷ୍ଟ୍ରଦୂତ କାର୍ଯ୍ୟାଳୟରେ ନିଜ ନିଜ ନାମ ତୁରନ୍ତ ପଞ୍ଜିକରଣ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ୟୁକ୍ରେନ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ଏବଂ ଆବଶ୍ୟକ ହେଲେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ଅନ୍ୟପଟେ ଋଷ-ଆମେରିକା ମଧ୍ୟରେ ଜାରି ଉତ୍ତେଜନାକୁ ହ୍ରାସ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି ଭାରତ । ପ୍ରଥମ ଥର ଲାଗି କୂଟନୈତିକ ସ୍ତରରେ ମୁହଁ ଖୋଲିଛି ଭାରତ । ଯୁଦ୍ଧ ବଦଳରେ ଶାନ୍ତି ଓ ସ୍ଥିରତା ଫେରାଇ ଆଣିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି । ସେପଟେ ଋଷକୁ ଚୀନର ସମର୍ଥନକୁ ନେଇ ସ୍ଥିତି ଅଧିକ ସଙ୍କଟ ଜନକ ହୋଇଛି । ଏହାର ପ୍ରଭାବ ଭାରତ ଉପରେ ପଡ଼ିବା ଆଶଙ୍କା ରହିଛି । ଭାରତକୁ ଋଷ S-400 ମିସାଇଲ ସିଷ୍ଟମ ଦେବା ପରଠାରୁ ଆମେରିକା ଏହି ଦୁଇ ରାଷ୍ଟ୍ର ଉପରେ କଡ଼ା ନଜର ରଖିଛି ।

Comments are closed.