Latest Odisha News

ପିଲାଙ୍କ ପାଇଁ ପିଏମ- ଇ- ବିଦ୍ୟା କାର୍ଯ୍ୟକ୍ରମ, ଟିଭି ଜରିଆରେ ପାଠ ପଢିବେ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ : ଚଳିତ ଥର ବଜେଟରେ ଅନେକ ଦିଗ ପ୍ରତି ଧ୍ୟାନ ଦିଆଯାଇଛି । କରୋନା କାଳରେ ଶିକ୍ଷା କ୍ଷେତ୍ର ଗଭୀର ଭାବେ ପ୍ରଭାବିତ ହୋଇଥିଲା । ଶିକ୍ଷାକୁ ନେଇ ବଡ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ଅର୍ଥମନ୍ତ୍ରୀ ସୀତାରମଣ । ଚଳିତ ଥର ଶିକ୍ଷା କ୍ଷେତ୍ରକୁ ବିଶେଷ ଗୁରୁତ୍ୱ ଦିଆଯାଇଛି ବୋଲି ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନା ସମୟରେ କହିଥିଲେ ।

ଡିଜିଟାଲ ଦିବକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ପିଏମ ଇ ବିଦ୍ୟା ସାହାର୍ଯ୍ୟରେ ୱାନ କ୍ଲାସ ୱାନ ଟିଭି ଚ୍ୟାନେଲ ଜରିଆରେ ପାଠ ପଢିବେ ଛାତ୍ରଛାତ୍ରୀ । ଏନେଇ ବ୍ୟବସ୍ଥା ମଧ୍ୟ କରାଯିବ । ଆଞ୍ଚଳିକ ଭାଷା ପିଲାଙ୍କ ପାଇଁ ୨ଶହ ଚ୍ୟାନେଲ ହେବ । ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ଟିଭି ସାହର୍ଯ୍ୟରେ ପାଠ ପଢିବେ ବୋଲି ଜଣାପଡିଛି ।

କରୋନା କାଳରେ ପିଲାମାନଙ୍କ ଶିକ୍ଷା ବ୍ୟବସ୍ଥା ପୁରାପୁରୀ ଭୁସୁଡି ଯାଇଛିା ସେ ସବୁକୁ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ନିର୍ମଳା ସୀତାରମଣ କହିଛନ୍ତି । ନ୍ୟାସନାଲ ଟେଲି ହେଲଥ କାର୍ଯ୍ୟକ୍ରମ ଖୁବ୍ ଶିଘ୍ର ଆରମ୍ଭ କରାଯିବ । ତା ସହ ପ୍ରାୟ ୨ ଲକ୍ଷ ଅଙ୍ଗନବାଡି କେନ୍ଦ୍ରକୁ ଅପଗ୍ରେଡ କରାଯିବ ବୋଲି ନିର୍ମଳା କହିଛନ୍ତି ।

Comments are closed.