Latest Odisha News

BREAKING NEWS

ବ୍ରହ୍ମଗିରିରେ ନିର୍ବାଚନୀ ହିଂସା ଘଟି ୪ ଗରୁତର

ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରିରେ ନିର୍ବାଚନୀ ହିଂସା ଘଟିଥିବା ଜଣାପଡ଼ିଛି । ଏହି ହିଂସାକାଣ୍ଡରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୪ ଜଣ ଗୁରୁତର ହୋଇଥିବା ଜଣା ପଡ଼ିଛି ।

ସୂଚନା ଅନୁସାରେ, ଆଜି ରାହାଡ଼ମଲ ଗ୍ରାମପଞ୍ଚାୟତର ନିଶିଭଅଁରର ବୁଥ ନମ୍ବର ୮ରେ ମତଦାନ ଚାଲିଥିଲା । ଏହି ସମୟରେ ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ କୌଣସି କାରଣକୁ ନେଇ ସଂଘର୍ଷ ଘଟିଥିଲା । ଏହି ଘଟଣାରେ ୪ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି । ଗୁରୁତରଙ୍କୁ ସ୍ଥାନୀୟ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

Comments are closed.