କୀଭ: ୟୁକ୍ରେନରେ ୪ର୍ଥ ଦିବସରେ ମଧ୍ୟ ରୁଷର ଆକ୍ରମଣ ଜାରୀ ରହିଛି । ଏହି ଅବସରରେ ବେଲାରୁଷରେ ଆଲୋଚନା ପାଇଁ ୟୁକ୍ରେନକୁ ରୁଷ ପ୍ରସ୍ତାବ ଦେଇଥିଲା । ତେବେ ୟୁକ୍ରେନ ପକ୍ଷରୁ ଏହାକୁ ପ୍ରତ୍ୟାଖ୍ୟାନ କରାଯାଇଛି । ଆମେ ଯୁଦ୍ଧର ସମାପ୍ତି ଚାହୁଁଚୁ । ମାତ୍ର ବେଲାରୁଷରେ ଏହି ଆଲୋଚନା ସମ୍ଭବପର ନୁହେଁ । ୱାରସା, ବ୍ରାତିସ୍ଲାଭା, ଇସ୍ତାନବୁଲ ଓ ବାକୁରେ ଆମେ ଏଥିପାଇଁ ପ୍ରସ୍ତୁତ ଅଛୁ ବୋଲି ୟୁକ୍ରେନ ପକ୍ଷରୁ କୁହାଯାଇଛି ।
ୟୁକ୍ରେନର ସବୁଠାରୁ ବଡ ସହର ଖାର୍କିଭରେ ରୁଷ ସେନା ଦାଖଲ ହୋଇଛନ୍ତ । ତେବେ ୟୁକ୍ରେନ ପକ୍ଷରୁ ଏହାର କଡା ଜବାବ ଦିଆଯାଉଛି । ଚେଚେନ୍ୟା ସ୍ପେଶାଲ ଫୋର୍ସର ଟପ ଜେନେରାଲ ୟୁକ୍ରେନ ସେନାର ଗୁଳିର ଶହୀଦ ହୋଇଛନ୍ତି ।
Comments are closed.