କଟକ: କଟକ-ବାରଙ୍ଗ ପୁରୀ ମୁଖ୍ୟ କେନାଲରେ ଏକ ଥଣ୍ଟିଆ କୁମ୍ଭୀର ଦେଖିବାକୁ ମିଳିଛି। କୁମ୍ଭୀରକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ଖେଳି ଯାଇଛି । କେନାଲକୁ କେହି ଗାଧୋଇବାକୁ ଯାଉ ନାହାନ୍ତି । କୁମ୍ଭୀରଟିକୁ ଲୋକେ ଗତ ଶୁକ୍ରବାର ଦିନ ୪ ଟା ସମୟରେ ବାରଙ୍ଗ ବ୍ଲକ ନିକଟ ହନୁମାନ ବାଟିକା ନିକଟରେ ଥିବା କେନାଲରେ ଦେଖିବାକୁ ପାଇଥିଲେ ।
ତେବେ ଏହି ଖବର ପ୍ରଚାର ପ୍ରସାର ହେବାପରେ ମଧ୍ୟ ବନ ବିଭାଗ କୌଣସି ଠୋସ୍ ପଦକ୍ଷେପ ନେଉନାହିଁ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।
ଗତକାଲି କିନ୍ତୁ ତେଲେଙ୍ଗାପୀଠର ନୂଆଗଡ଼ ନିକଟ କେନାଲ କୂଳରେ କୁମ୍ଭୀରକୁ ଦେଖି ଲୋକେ ଆତଙ୍କିତ ହୋଇପଡିଥିଲେ। କେନାଲ ପାଣିକୁ ଶହ ଶହ ଲୋକେ ବ୍ୟବହାର କରୁଥିବାରୁ ଲୋକଙ୍କ ମନରେ ଭୟ ସଞ୍ଚାର ହୋଇଛି। କେନାଲରୁ କୁମ୍ଭୀରକୁ ଉଦ୍ଧାର କରି ନଦୀରେ ଛାଡିବା ପାଇଁ ଅନୁରୋଧ କରିଛନ୍ତି ସ୍ଥାନୀୟ ଲୋକେ।
କଟକ ବାରଙ୍ଗ ପୁରୀ ମୁଖ୍ୟ କେନାଲରେ ଏକ ଥଣ୍ଟିଆ କୁମ୍ଭୀର ଦେଖିବାକୁ ମିଳିଛି। କୁମ୍ଭୀରକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ସୃଷ୍ଟି ହୋଇଛି। କୁମ୍ଭୀରଟିକୁ ଲୋକେ ଗତ ଶୁକ୍ରବାର ଦିନ ୪ ଟା ସମୟରେ ବାରଙ୍ଗ ବ୍ଲକ ନିକଟ ହନୁମାନ ବାଟିକା ନିକଟରେ ଦେଖି ଆତଙ୍କିତ ହୋଇଛନ୍ତି । #Cuttack #Crocodile #OdishaSambadNews pic.twitter.com/Cy1QObgwsB
— Odisha Sambad (@Odisha_Sambad) March 2, 2022
Comments are closed.