Latest Odisha News

BREAKING NEWS

ଢେଙ୍କାନାଳ ମ୍ୟୁନିସପାଲଟିରେ କିଏ ହେବ ପୌରାଧ୍ୟକ୍ଷ??

ଢେଙ୍କାନାଳ: ଢେଙ୍କାନାଳ ମ୍ୟୁନିସପାଲଟିରେ କିଏ ହେବ ପୌରାଧ୍ୟକ୍ଷ  ? ଏଥର ମୈଦାନରେ ୭ ପ୍ରାର୍ଥୀ ଢେଙ୍କାନାଳ ମ୍ୟୁନିସପାଲଟି ପାଇଁ ଚାଲିଛି ଜୋରଦାର ଲଢେଇ ।

ଢେଙ୍କାନାଳ ମ୍ୟୁନିସପାଲଟି ୨୦୧୩ରେ ଏଠି ପୌରାଧ୍ୟକ୍ଷ ପଦ ପାଇଁ ରାଜନୀତି ଚର୍ଚ୍ଚାରେ ରହିଥିଲା । ଧର୍ମଗୁଳା ସାହାର୍ଯ୍ୟ ରେ ୨ ବର୍ଷରେ ଦୁଇ ଦୁଇ ଜଣ ବସିଥିଲେ ପୌରାଧ୍ୟକ୍ଷ ଆସନରେ । ଏଥର ମୈଦାନରେ ୭ ପ୍ରାର୍ଥୀ ଢେଙ୍କାନାଳ ମ୍ୟୁନିସପାଲଟି ପାଇଁ ଚାଲିଛି ଜୋରଦାର ଲଢେଇ ।

ପ୍ରଚାରରେ କମ୍ପୁଛି ସାହି, ଗଳି ଉଠୁଛି ପଡୁଛି ପୁରା ସହର । ୯ ବର୍ଷ ପରେ ହେଉଥିବା ଢେଙ୍କାନାଳ ପୌର ନିର୍ବାଚନ ପାଇଁ ସରଗରମ ରାଜନୀତି । ପୌରାଧ୍ୟକ୍ଷ ପଦ ପାଇଁ ମୈଦାନରେ ଏଥର ୭ ପ୍ରାର୍ଥୀ । ହେଲେ ଲଢେଇ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ସହରର ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ପ୍ରତିଶ୍ରୁତି ଦେଇ ଭୋଟ୍ ଲୋଡୁଛନ୍ତି ବିଜେପି ପ୍ରାର୍ଥୀ ଜୟନ୍ତୀ ପାତ୍ର ।

ଢେଙ୍କାନାଳର ବିକାଶକୁ ମୁଦ୍ଦା ବନାଇଛନ୍ତି ଜୟନ୍ତୀ । ସେପଟେ ଡୋର୍ ଟୁ ଡୋର୍ କ୍ୟାମ୍ପେନ ଜରିଆରେ ଭୋଟରଙ୍କ ସମର୍ଥନ ଯୋଗା଼ଡୁଛନ୍ତି ବିଜେଡିର ଅନିମା ନାୟକ। ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ହେଲେ ସେତେବେଳେ ସେ ବିଜେପିରେ ଥିଲେ ।

ମୈଦାନରେ ଜୟନ୍ତୀ ଓ ଅନିମାଙ୍କୁ ଟକ୍କର ଦେବାକୁ କଂଗ୍ରେସ ପ୍ରାର୍ଥୀ କରିଛି ସମାଜସେବୀ ସ୍ମିତାରାଣୀ ସାମଲଙ୍କୁ । ହାତରେ ପ୍ରଚାର ପାଇଁ ଆଉ ମାତ୍ର କେଇ ଘଣ୍ଟା ବାକିଥିବାରୁ ଭୋଟରଙ୍କ ମନ ଜିତିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି ତିନି ଦଳର ପ୍ରାର୍ଥୀ ।

Comments are closed.