Latest Odisha News

BREAKING NEWS

ମୌସୁମୀ ବିଳମ୍ବ ସତ୍ୱେ ଏବର୍ଷ ସ୍ୱାଭାବିକ ବୃଷ୍ଟିପାତ ହେବା ସମ୍ଭାବନା: ପାଣିପାଗ ବିଭାଗ

ଭୁବନେଶ୍ୱର: ଏବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ଜଳବାୟୁ ଚଳନରେ ବିଳମ୍ବ ଘଟିଥିଲେ ମଧ୍ୟ ସାରା ଦେଶରେ ସ୍ୱାଭାବିକ ଭାବେ ମୌସୁମୀ ରହିବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି)ସୂଚନା ଦେଇଛନ୍ତି ।

ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶିତ ଏକ ସୂଚନା ଅନୁସାରେ, ଏଥର ମୌସୁମୀ ଆସିବାରେ ବିଳମ୍ବ ଘଟିଥିଲେ ମଧ୍ୟ ଚଳିତ ବର୍ଷ ଜୁନ ମାସରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ମୌସୁମୀ ଜନିତ ବୃଷ୍ଟିପାତ ସ୍ୱାଭାବିକ ରହିବ । ସମଗ୍ର ଦେଶରେ ଏହି ମୌସୁମୀ ୯୬ ପ୍ରତିଶତରୁ ୧୦୪ ପ୍ରତିଶତ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି, ଯାହାକି ସ୍ୱାଭାବିକ ମୌସୁମୀ ବର୍ଷା ।

ଇତିମଧ୍ୟରେ ମୌସୁମୀ ଜଳବାୟୁ ଆଣ୍ଡାମାନ ପହଞ୍ଚିଛି ଏହା ଆସନ୍ତା ଜୁନ ୬ ତାରିଖ ବେଳକୁ କେରଳ ଛୁଇଁବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ପାଣିପାଗ ସୂତ୍ରରୁ ଜଣାପଡ଼ିଛି ।

ସାଧାରଣତଃ କେରଳ ଉପକୂଳ ଛୁଇଁବାର ଏକ ସପ୍ତାହ ପରେ ଓଡ଼ିଶାକୁ ଛୁଇଁଥାଏ ମୌସୁମୀ ଜଳବାୟୁ । ତେବେ ଏବର୍ଷ ଜୁନ ୩ୟ ସପ୍ତାହ ଆଡ଼କୁ ମୌସୁମୀ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି ।

Leave A Reply

Your email address will not be published.