ବିଶାଖାପଟନମ: ଘରେ ଝିଅ ପାଇଁ ଭଲ ପ୍ରସ୍ତାବ ଖୋଜିଥିଲେ । ପୁଅ ସିଏସଆଇ(କାଉନସିଲ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ)ରେ ବୈଜ୍ଞାନିକ ଚାକିରି କରୁଛି । ହେଲେ ଦଶମ ଫେଲ୍ ଝିଅକୁ ପସନ୍ଦ ହେଲାନି ପୁଅ । ସରପ୍ରାଇଜ ଦେଖା ହେବାକୁ ଡାକି ପୁଅର ବେକ କାଟିଦେଲା ଝିଅ ।
ଚୋଦବରମର ପୁଷ୍ପା ଏବଂ ରାମୁ ନାଇଡୁ ଆସନ୍ତା ମାସରେ ବିବାହ କରିଥାନ୍ତେ । ପୁଷ୍ପାର ଘର ଲୋକେ ରାମୁ ନାଇଡୁ କୁ ଭଲ ପ୍ରସ୍ତାବ କହି ଠିକ୍ କରିଥିଲେ । ହେଲେ ଝିଅ ବାରମ୍ବାର ଘରେ ଅରାଜି ହୋଇଥିଲେ ବି ଘର ଲୋକ ମାନ ନଥିଲେ । ଘର ଲୋକ ଜିଦ୍ ରେ ଅଟଳ ଥିଲେ ଯେ, ପୁଷ୍ପା ସେଇଠି ବାହା ହେବ ।
ମଙ୍ଗଳବାର ପୁଷ୍ପା ଘରେ ଠିକ୍ କରିଥିବା ପୁଅ ରାମୁ ନାଇଡୁ କୁ ପାଖରେ ଏକ ପାହାଡ଼ ଉପରେ ଥିବା ମନ୍ଦିରକୁ ଡାକିଥିଲେ । ରାମୁ ମଧ୍ୟ ଆଗ୍ରହର ସହ ଆସିଥିଲେ । ଏହି ସମୟରେ ରାମୁଙ୍କ ଉପରେ ପୁଷ୍ପା ହଠାତ୍ ଆକ୍ରମଣ କରିଥିଲେ । ସାଙ୍ଗରେ ନେଇ ଆସିଥିବା ତିନୋଟି ଛୁରୀରେ ପୁଷ୍ପା ରାମୁକୁ ଆକ୍ରମଣ କରିଥିଲା ।
ଗୁରୁତର ଅବସ୍ଥାରେ ରାମୁକୁ ସେଠାରେ ଛାଡ଼ି ପୁଷ୍ପା ଖସିଯାଇଥିଲା । ମନ୍ଦିର ପାଖରେ ଥିବା ଲୋକେ ରାମୁକୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ । ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ, ପୁଷ୍ପା ନାଁରେ ପୂର୍ବରୁ କିଛି ଅପରାଧିକ ମାମଲା ନାହିଁ ।
Comments are closed.