Latest Odisha News

ଟି୨୦ ବିଶ୍ୱକପ ପରେ ବିବାହ କରିବେ ରାହୁଲ-ଆଥିୟା !

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଷ୍ଟାର ଖେଳାଳି କେଏଲ ରାହୁଲ ଓ ବଲିଉଡ ଅଭିନେତ୍ରୀ ଆଥିୟା ଶେଟ୍ଟୀ ଖୁବ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ରିପୋର୍ଟ ମୁତାବକ ଅକ୍ଟୋବରରେ ହେବାକୁ ଥିବା ଟି୨୦ ବିଶ୍ୱକପ ପରେ ସେମାନେ ବିବାହ କରିବେ । ସୁନୀଲ ସେଟ୍ଟୀ ଏବଂ ତାଙ୍କ ସମ୍ପୂର୍ଣ୍ଣ ପରିବାର ଲକ୍ଷ୍ନୌ ସୁପର ଜ୍ୟାଂଟସ ଟିମକୁ ଚିୟର କରୁଥିବା ଦେଖିବାକୁ ମିଳିଥିଲା ।

ଦକ୍ଷିଣ ଭାରତ ରୀତି ନୀତି ଅନୁସାରେ ଏହି ବିବାହ ହେବ । ବିବାହ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଦୀର୍ଘ ଦିନ ଧରି ଉଭୟଙ୍କ ପ୍ରେମ ସମ୍ପର୍କ ଚର୍ଚ୍ଚାର କାରଣ ସାଜିଛି । ସବୁଠାରୁ ବଡ କଥା ସୁନୀଲ ମଧ୍ୟ ରାହୁଲଙ୍କୁ ବେଶ ପସନ୍ଦ କରୁଛନ୍ତି । ସବୁଠାରେ ସେ ତାଙ୍କୁ ରାହୁଲ ବାବା ବୋଲି ଡାକୁଛନ୍ତି ।

Comments are closed.