Latest Odisha News

କ୍ରିମିନାଲ ପ୍ରୋସିଜର ଆକ୍ଟ-୨୦୨୨ ବିରୋଧରେ ଜନସ୍ୱାର୍ଥ ମାମଲା: ଉଚ୍ଛେଦ କରିବାକୁ ଅନୁରୋଧ

ନୂଆଦିଲ୍ଲୀ: ସୋମବାର ରାଷ୍ଟ୍ରପତିଙ୍କ ଅନୁମୋଦିତ କ୍ରମିନାଲ ପ୍ରୋସିଜର ଆଇନ୍-୨୦୨୨କୁ ନେଇ ଦିଲ୍ଲୀ ହାଇକୋର୍ଟରେ ହୋଇଛି ଜନସ୍ୱାର୍ଥ ମାମଲା । ବରିଷ୍ଠ ଓକିଲ ଯଶୱନ୍ତ ସିଂ, ହର୍ଷିତ ଆନନ୍ଦ ଏବଂ ଅମନ ନକବ୍ୱି ଏହି ପିଟିସନ ବୁଧବାର ହାଇକୋର୍ଟରେ ଦାଖଲ କରିଛନ୍ତି ।

ଗତ ବଜେଟ୍ ଅଧିବେଶନରେ ଏହି ବିଲ୍ ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇଥିଲା । ଲୋକସଭାରେ ୪ ଏପ୍ରିଲ ଏବଂ ରାଜ୍ୟସଭାରେ ଏପ୍ରିଲ ୬ରେ ଏହି ବିଲ୍ ଟି ପାରିତ ହୋଇଥିଲା । ଏପ୍ରିଲ୧୮ରେ ସୋମବାର ରାଷ୍ଟ୍ରପତି ଏହି ବିଲ୍ କୁ ଅନୁମୋଦନ କରି ଆଇନରେ ପରିଣତ କରିଛନ୍ତି । ତେବେ ସେହିଦିନ ଏହା ଭାରତୀୟ ଗେଜେଟ୍ ରେ ମଧ୍ୟ ପ୍ରକାଶିତ ହୋଇଯାଇଛି ।

ଆବେଦନକାରୀ ପିଟିସନର ହର୍ଷିତ ଗୋଏଲ, ସେକ୍ସନ- ୨ (୧) (କ), ୨ (୧) (ଖ), ୩, ୪, ୫, ୬ ଓ ୮ର ନ୍ୟାୟିକ ସମୀକ୍ଷା କରି ଏହା ଅସାମ୍ବିଧାନିକ ଓ ଘୋଷଣା କରାଯାଉ ।
ଆବେଦନକାରୀ ପିଟିସନର ଦର୍ଶାଇଛନ୍ତି ଯେ, ଧାରା-୨୧ ଶାରୀରିକ ଅଖଣ୍ଡତା ଓ ସମ୍ମାନ ପ୍ରତି ଏକ ସୁରକ୍ଷା କବଚ ଅଟେ । ଯେଉଁଥିରେ ଦୋଷୀ ସାବ୍ୟସ୍ତ, ବିଚାରଧୀନ କଏଦୀ, ଅଭିଯୁକ୍ତ, ଗିରଫ, ଅଟକ ସମସ୍ତେ ଅର୍ନ୍ତଭୁକ୍ତ । କିନ୍ତୁ ଏହି ଆଇନ ତାହାର ବିରୋଧାଚରଣ କରୁଛି ।

ଏହି ଆଇନର ସେକ୍ସନ ୩ ଏବଂ ୫ ସୁପ୍ରିମକୋର୍ଟଙ୍କ ନିୟମକୁ ମଧ୍ୟ ଭଙ୍ଗ କରୁଛି । ଯାହା କୌଣସି ଦୋଷୀ ସାବ୍ୟସ୍ତ ହେଉ ଅବା ପଚରାଉଚୁରା ପାଇଁ ଆସୁଥିବା ବ୍ୟକ୍ତିଙ୍କ ସ୍ୱାଧୀନତା ଅଧକାର ବିରୋଧୀ । ଏହି ଆଇନ ସଂପୂର୍ଣ୍ଣ ରୂପେ ବ୍ୟକ୍ତିଗତ ସ୍ୱାଧୀନତା ଉପରେ ଆଞ୍ଚ ଆଣୁଛି ।

Comments are closed.