Latest Odisha News

ମୋବାଇଲ ଫୋନ ଯୋଗୁ ୟୁକ୍ରେନ ସୈନିକଙ୍କ ବଂଚିଲା ଜୀବନ

କୀଭ: ମୋବାଇଲ ଫୋନ ଯୋଗୁ ୟୁକ୍ରେନ ସେନାର ଜଣେ ସୈନିକଙ୍କ ଜୀବନ ବଂଚି ଯାଇଛି । ରୁଷ ସେନା ପକ୍ଷରୁ ଘନ ଘନ ଗୁଳିମାଡ କରାଯାଉଥିବା ବେଳେ ହଠାତ ଗୋଟିଏ ଗୁଳି ଆସି ସୈନିକଙ୍କ ଛାତିରେ ବାଜିଲା । ତେବେ ଏହି ଗୁଳିଟି ମୋବାଇଲରେ ବାଜିବାରୁ ସେ ବଂଚି ଯାଇଥିଲେ । ୭.୬୨ ସେଂଟିମିଟରର ଏହି ଗୁଳି ସିଧାସଳଖ ଛାତିରେ ବାଜିଥିଲେ, ବଂଚିବା କଷ୍ଟକର ହୋଇ ପଡିଥାନ୍ତା ।

ସେ ଏହାର ଫଟୋ ଏବଂ ଭିଡିଓ ସୋସିଆଲ ସାଇଟରେ ଶେୟାର କରିବାରୁ ଏହା ଏବେ ଭାଇରାଲ ହେବାରେ ଲାଗିଛି । ଏ ନେଇ ବିଭିନ୍ନ ପ୍ରକାର ମିମ୍ସ ପ୍ରସ୍ତୁତ କରି ୟୁଜର୍ସ ମାନେ ଛାଡୁଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି ଯଦି ଏହା ନୋକିଟ ଫୋନ ହୋଇଥାନ୍ତା ତାହାହେଲେ ଗୁଳି ମୋବାଇଲରେ ବାଜି ପୁନର୍ବାର ଗୁଳି ମାରିଥିବା ବ୍ୟକ୍ତିଙ୍କ ଦେହରେ ବାଜିଥାନ୍ତା ।

Comments are closed.