Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର: ଭୁବନେଶ୍ୱରର ନବ ନିର୍ବାଚିତ ସାଂସଦ ଅପରାଜିତା ଷଡ଼ଙ୍ଗୀ ମଙ୍ଗଳବାର ଦିନ ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ଏହା ଏକ ସୌଜନ୍ୟତାମୂଳକ ସାକ୍ଷାତକାର ବୋଲି ସୂଚନା ମିଳିଛି ।

ଏହି ସାକ୍ଷାତ ପରେ ସାଂସଦ ଅପରାଜିତା କହିଛନ୍ତି ଯେ, ସେ ମୁଖ୍ୟମନ୍ତ୍ରୀଙ୍କ୍ୁ ଭେଟି ତାଙ୍କର ବିପୁଳ ବିଜୟରେ ଅଭିନନ୍ଦନ ଜଣାଇଥିଲେ । ଏହାସହିତ ଜଣେ ସାଂସଦ ଭାବେ ସେ ତାଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବେ ବୋଲି ଆଶ୍ୱାସନା ଦେଇଛନ୍ତି । “ବିକାଶ ଓ ଅଭିବୃଦ୍ଧି ଲାଗି କୌଣସି ରାଜନୈତିକ ଅଭିସନ୍ଧି ରହିନଥାଏ, ଆମେ ମିଳିମିଶି କାର୍ଯ୍ୟ କରିବୁ,” ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ ।

Leave A Reply

Your email address will not be published.