Latest Odisha News

BREAKING NEWS

ବିପ୍ଳବ ଦେବଙ୍କ ପରେ ମାଣିକ ଶାହ ହେବେ ତ୍ରିପୁରାର ମୁଖ୍ୟମନ୍ତ୍ରୀ

ଅଗରତାଲା: ବିପ୍ଲବ ଦେବ ତ୍ରିପୁରା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଡକ୍ଟର ମାଣିକ ଶାହ ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ମନୋନୀତ ହୋଇଛନ୍ତି । ସଂଧ୍ୟାରେ ସେ ଶାସକ ଦଳର ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହୋଇଛନ୍ତି । ମାଣିକ ଶାହ ତ୍ରିପୁରା ବିଜେପିର ସଭାପତି ଏବଂ ସେ ରାଜ୍ୟସଭା ସଦସ୍ୟ। ବିପ୍ଲବ ଦେବ ଶନିବାର ଅପରାହ୍ନରେ ରାଜ୍ୟପାଳଙ୍କ ନିକଟରେ ତାଙ୍କ ଇସ୍ତଫା ପତ୍ର ଦାଖଲ କରିଛନ୍ତି।

ଶାହ ପେଶାରେ ଜଣେ ଡେଣ୍ଟାଲ୍ ସର୍ଜନ ବା ଦାନ୍ତ ଡାକ୍ତର । ସେ କଂଗ୍ରେସ ଛାଡି 2016 ରେ ବିଜେପିରେ ଯୋଗ ଦେଇଥିଲେ। 2020 ରେ ତାଙ୍କୁ ଦଳର ରାଜ୍ୟ ମୁଖ୍ୟ କରାଯାଇଥିଲା। ବିପ୍ଲବଙ୍କ ନେତୃତ୍ୱରେ ବିଜେପି 2018 ବିଧାନସଭା ନିର୍ବାଚନରେ ​​ବିଜୟ ହାସଲ କରିଥିଲା। ମାର୍ଚ୍ଚରେ ଶାହ ରାଜ୍ୟର ଏକାକୀ ରାଜ୍ୟସଭା ଆସନକୁ ନିର୍ବାଚିତ ହୋଇଥିଲେ।

ଏହାପୂର୍ବରୁ, ଶାହ ବର୍ଷ ଆରମ୍ଭରେ 18 ଜଣେ ଅଫିସ ପଦାଧିକାରୀଙ୍କ ନାମ ଘୋଷଣା କରିଥିଲେ। ଏଥିସହ ସେ ରାଜ୍ୟରେ 7 ଜଣ ମୁଖପାତ୍ରଙ୍କ ନାମ ଘୋଷଣା କରିଥିଲେ। ଶାହଙ୍କୁ ରାଜ୍ୟ ସଭାପତି ପଦରୁ ହଟାଇବାକୁ ମଧ୍ୟ ଦାବି କରାଯାଇଥିଲା, କିନ୍ତୁ ଦଳର ହାଇକମାଣ୍ଡ ତାଙ୍କ ନେତୃତ୍ୱରେ ବିଶ୍ୱାସ ରଖିଥିଲେ।

ଉଲ୍ଲେଖଯୋଗ୍ୟ, ବିପ୍ଳବ ଦେବା 4 ବର୍ଷ ମୁଖ୍ୟମନ୍ତ୍ରୀ ଆସନରେ ରହିଲେ । ଆସନ୍ତାବର୍ଷ ବିଧାନସଭା ନିର୍ବାଚନକୁ ହାତରେ ଗୋଟିଏ ବର୍ଷ ବାକି ରହିଥିବା ବେଳେ ବିପ୍ଳବ ଦେବ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ନିକଟରେ ଦଳର ଦୁଇ ଜଣ ନେତା ବିଜେପି ଛାଡି ଟିଏମସିରେ ସାମିଲ ହୋଇଥିଲେ । ଏହି ଦୁଇ ନେତା ଦଳ ଛାଡିବାର କାରଣ ବିପ୍ଳବ ଦେବ ବୋଲି କୁହାଯାଏ । ତେଣୁ ନିର୍ବାଚନ ପାଖେଇ ଆସୁଥିବାବେଳେ ଆଗକୁ ବିଜେପିର ଅନେକ ନେତା ଦଳ ଛାଡିବା ସମ୍ଭାବନା ରହିଥିଲାା । ତେଣୁ ବିଜେପି ବିପ୍ଲବ ଦେବଙ୍କୁ ମୁଖ୍ୟମନ୍ତ୍ରୀ ଆସନରୁ ହଟାଇ ଦେଇଛି । ଗତକାଲି ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ  ବିପ୍ଳବ କୁମାର । ଏହି ଭେଟଘାଟର 24 ଘଣ୍ଟା ଭିତରେ ବିପ୍ଳବ ଇସ୍ତଫା ଦେଇଛନ୍ତିି । ବିପ୍ଳବ କହିଛନ୍ତି, ଦଳର ନିଷ୍ପତ୍ତି ସର୍ବମାନ୍ୟ । ଦଳ ଯେଉଁ ଦାୟିତ୍ୱ ଦେବ ସେ ତାକୁ କରିବାକୁ ପ୍ରସ୍ତୁତ।

Leave A Reply

Your email address will not be published.