Latest Odisha News

BREAKING NEWS

ଭାରତ ନେପାଳ ମଧ୍ୟରେ ଆଠ ପ୍ରମୁଖ ଚୁକ୍ତି ସ୍ୱାକ୍ଷରିତ, ଚିନ୍ତା ବଢ଼ିଲା ଚୀନର

କାଠମାଣ୍ଡୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନିକିଆ ନେପାଳ ଗସ୍ତ କରି ଲୁମ୍ବିନୀସ୍ଥିତ ଆନ୍ତର୍ଜାତିକ ଅଧିବେଶନ କେନ୍ଦ୍ର ଓ ଧ୍ୟାନ ଭବନରେ ୨୫୬୬ତମ ବୁଦ୍ଧ ଜୟନ୍ତୀ ସମାରୋହରେ ଯୋଗ ଦେଇଥିଲେ । ତାଙ୍କ ସହିତ ନେପାଳ ପ୍ରଧାନମନ୍ତ୍ରୀ ସମ୍ମାନନୀୟ ଶେର ବାହାଦୁର ଦେଉବା ଓ ତାଙ୍କ ପତ୍ନୀ ଡକ୍ଟର ଆରଜୁ ରାନା ଦେଉବା ମଧ୍ୟ ଯୋଗଦେଇଥିଲେ । ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ ଚୁକ୍ତି ସ୍ୱାକ୍ଷରିତ ହୋଇଛି।

 ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ (ଆଇସିସିଆର୍‌) ଏବଂ ଲୁମ୍ବିନୀ ବୌଦ୍ଧ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୌଦ୍ଧ ଶାସ୍ତ୍ର ଅଧ୍ୟୟନ (ବୁଦ୍ଧିଷ୍ଟ ଷ୍ଟଡିଜ୍‌) ପାଇଁ ଡଃ ଆମ୍ବେଦକର ଚେୟାର ସ୍ଥାପନ ନିମନ୍ତେ ବୁଝାମଣା ହୋଇଛି। ଦ୍ୱିତୀୟରେ ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ (ଆଇସିସିଆର୍‌) ଏବଂ ତ୍ରିଭୁବନ ବିଶ୍ୱବିଦ୍ୟାଳୟ ମଧ୍ୟରେ ଭାରତୀୟ ପ୍ରାଚୀନ ଶାସ୍ତ୍ର ଅଧ୍ୟୟନ (ଇଣ୍ଡିଆନ୍ ଷ୍ଟଡିଜ୍‌)ର ଆଇସିସିଆର୍ ଚେୟାର୍ ସ୍ଥାପନ ନିମନ୍ତେ ବୁଝାମଣା ହୋଇଛି।

ସେହିପରି ତୃତୀୟରେ ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ (ଆଇସିସିଆର୍‌) ଏବଂ କାଠମାଣ୍ଡୁ ବିଶ୍ୱବିଦ୍ୟାଳୟ (କେୟୁ) ମଧ୍ୟରେ ଭାରତୀୟ ପ୍ରାଚୀନ ଶାସ୍ତ୍ର ଅଧ୍ୟୟନ (ଇଣ୍ଡିଆନ୍ ଷ୍ଟଡିଜ୍‌) ନିମନ୍ତେ ଆଇସିସିଆର୍ ଚେୟାର ସ୍ଥାପନା ନିମନ୍ତେ ବୁଝାମଣା ହୋଇଛି।

ଚତୁର୍ଥରେ କାଠମାଣ୍ଡୁ ବିଶ୍ୱବିଦ୍ୟାଳୟ (କେୟୁ), ନେପାଳ ଏବଂ ଇଣ୍ଡିଆନ୍ ଇନ୍‌ଷ୍ଟିଟ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ମାଡ୍ରାସ୍ (ଆଇଆଇଟି – ଏମ୍ ), ଭାରତ ମଧ୍ୟରେ ସହଯୋଗ ନିମନ୍ତେ ବୁଝାମଣା ହୋଇଛି।

ପଞ୍ଜମରେ କାଠମାଣ୍ଡୁ ବିଶ୍ୱବିଦ୍ୟାଳୟ (କେୟୁ), ନେପାଳ ଏବଂ ଇଣ୍ଡିଆନ୍ ଇନ୍‌ଷ୍ଟିଟ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ମାଡ୍ରାସ୍ (ଆଇଆଇଟି – ଏମ୍ ), ଭାରତ ମଧ୍ୟରେ ସ୍ନାତକୋତର ସ୍ତରରେ ମିଳିତ ଡିଗ୍ରୀ ପାଠ୍ୟକ୍ରମ ନିମନ୍ତେ ବୁଝାମଣା ପତ୍ର (ଏଲ୍‌ଓଏ)  ସ୍ୱାକ୍ଷରିତ ହୋଇଛି।

ଅରୁଣ – ୪ ପ୍ରକଳ୍ପର ବିକାଶ ଏବଂ କାର୍ଯ୍ୟାନ୍ୱୟନ ନିମନ୍ତେ ଏସ୍‌ଜେଭିଏନ୍ ଲିମିଟେଡ୍ ଏବଂ ନେପାଳ ବିଦ୍ୟୁତ୍ ପ୍ରାଧିକରଣ (ଏନ୍‌ଇଏ) ମଧ୍ୟରେ ରାଜିନାମା ହୋଇଛି।

ମୋଦୀଙ୍କ ଏହି ଗସ୍ତ ଉପରେ ଚୀନର ନଜର ଥିଲା। ନେପାଳ ସରକାର ଭାରତୀୟ କମ୍ପାନୀଙ୍କ ସହ ଚୁକ୍ତି କରିଛନ୍ତି। ଯାହାକି ଚୀନ ପାଇଁ ଚିନ୍ତାର ବିଷୟ । କାରଣ କୋଭିଡ ବେଳେ ନେପାଳରେ କ୍ଷମତା ପରିବର୍ତ୍ତନ ପଛରେ ଚୀନ ପରଦା ପଛରେ ଥିଲା ବୋଲି କୁହାଯାଏ । ତେଣୁ ଚୀନ ନୂଆ ସରକାର ସହ ଅନେକ ଚୁକ୍ତି କରି ନେପାଳରେ ନିଜର ସ୍ଥିତି ଜାହିର କରିବାକୁ ଯୋଜନା କରିଥିଲା। କିନ୍ତୁ ନେପାଳ ପ୍ରଧାନମନ୍ତ୍ରୀ ନିକଟରେ ଭାରତକୁ ଆସିଥିଲେ ଆଉ ଏବେ ମୋଦୀ ନେପାଳ ଗସ୍ତ କରିବା ପରେ ଦୁଇ ଦେଶର ପୁରୁଣା ସମ୍ପରୁକକୁ ଆହୁରି ମଜବୁତ କରିବାକୁ ପ୍ରୟାସ ହୋଇଛି। ଯାହାକି ଚୀନ ପାଇଁ ଚିନ୍ତାର ବିଷୟ।

Comments are closed.