Latest Odisha News

BREAKING NEWS

ରାଜଧାନୀ ରଜ

 ରଜ ସ୍ୱତନ୍ତ୍ର 

ରାଜଧାନୀ ରଜ

ସରୋଜ ବଳ

ପିଇ ଭିଟାମିନ୍‍ ପେଜ
ଚିଡ଼ିଆଖାନାରେ ଡାକିଲା ଗଜ
ଡାକିଲା ଗଜ ଲୋ
ଆସି ପହଂଚିଲା ରଜ

କାଗଜ ଖାଇଲା ଛେଳି
ସପିଙ୍ଗ ମଲରେ ଭାରି ଗହଳି
ଭାରି ଗହଳି ଲୋ
ପଅର୍ସ ଯାଏ ତରଳି

ବାଉଁଶ ପତର ନେଳି
ଟିଭି ଷ୍ଟୁଡିଓରେ ଲାଗିଛି ଦୋଳି
ଲାଗିଛି ଦୋଳି ଲୋ
ପେମେଣ୍ଟ୍‍ ପାଇଁକି କଳି

ରଜ ଦୋଳି କଟକଟ
ରବୀନ୍ଦ୍ର ମଣ୍ଡପେ ଚାଲିଚି ନାଟ
ଚାଲିଚି ନାଟ ଲୋ
ପୋଡ଼ପିଠା ଖୋଜେ ପେଟ

ସ୍କୁଟିଯାଏ ଗଡ଼ିଗଡ଼ି
ମୁହଁରୁ ମେକପ ଗଲାଣି ଛାଡ଼ି
ଗଲାଣି ଛାଡ଼ି ଲୋ
ଯୁବତୀ ଦିଶଇ ବୁଢ଼ୀ

ଲଘୁଚାପ ଚପଚପ
ଅଫର ସବୁ ତ ହେଲାଣି ବାମ୍ଫ
ହେଲାଣି ବାମ୍ଫ ଲୋ
ଦୋକାନୀ ଦେହରେ କମ୍ପ

ଆକାଶରେ ଘଡ଼ଘଡ଼ି
ଫରେଷ୍ଟ ପାର୍କରେ ପ୍ରେମର ଯୋଡ଼ି
ପ୍ରେମର ଯୋଡ଼ି ଲୋ
ଆଖିଡୋଳା ଯାଏ ପୋଡ଼ି

ମେଘହୁଏ ଝିପିଝିପି
ଚତୁରୀ ଯୁବତୀ ନିଏ ସେଲଫି
ନିଏ ସେଲଫି ଲୋ
ଫସେଇବ ବେଳ ଦେଖି

ହାଇହିଲ ଫଟଫଟ
ହୁଆଟସାପରେ ଚାଲିଛି ଚାଟ
ଚାଲିଛି ଚାଟ ଲୋ
ଝୁଣ୍ଟିପଡି ମୁଣ୍ଡଫାଟ

ଝଡ଼ିପୋକ ଫରଫର
ଫେସବୁକେ ଝୁଲେ ଫଟୋ ରଜର
ଫଟୋ ରଜର ଲୋ
ଲାଇକ୍‍ ଜମା ହଜାର

ପାଣି ବହେ କଳକଳ
ରଜର ଖବର ବଡ଼ ବିକଳ
ବଡ଼ ବିକଳ ଲୋ
ଭଣଇ ସରୋଜ ବଳ…
ମାଉସୀ ଲୋ, ଆଖି ହୁଏ ଛଳଛଳ
ମଉସା ଲୋ, ଛାତି ତଳେ ଦମକଳ…
ବାବୁମାନେ, ବୁଡ଼ିଯାଉଛି ହେ କୁଳ
ବେବିମାନେ, ନିଜକୁ ନିଜେ ସଂଭାଳ…

Leave A Reply

Your email address will not be published.