Latest Odisha News

କିଟି କ୍ୟାସ୍ ଗ୍ରୁପ ଜରିଆରେ ଅନଲାଇନ ଠକେଇ, ମଧ୍ୟପ୍ରଦେଶର ଠକକୁ ଧରିଲା ସାଇବର ଥାନା

ଭୁବନେଶ୍ୱର: ୧୦୦୦ ଟଙ୍କା ବିନିଯୋଗରେ ମିଳିବ ୧୦୦ ଟଙ୍କା ସୁଧ । ୧୦ ପ୍ରତିଶତ ସୁଧ ଲୋଭ ଦେଖାଇ ମୋବାଇଲ ଗ୍ରୁପ୍ ଜରିଆରେ ଠକାମିର ଜାଲ ବିଛାଇଥିଲେ । ଗ୍ରାହକଙ୍କ ମନ ଜିଣିବା ପାଇଁ ପ୍ରଥମେ ପ୍ରଥମେ ଭଲ ରିଟର୍ଣ୍ଣ ଦେଉଥିଲେ । ଆଉ ବଡ଼ ଧରଣର ଟଙ୍କା ବିନିଯୋଗ ପରେ ଠକେଇ କରୁଥିଲେ । ସୁଧ ଟଙ୍କାକୁ ୱାଲେଟକୁ କନଭର୍ଟ କରି ଠକି ଆଉ ଧରାଛୁଆଁ ଦେଉ ନଥିଲେ । ଏଭଳି ଢଙ୍ଗରେ କିଟି ଆପ୍ ଖୋଲି ଇନଭେଷ୍ଟମେଣ୍ଟ ଆଳରେ ଠକେଇ କରୁଥିଲେ କିଛି ଠକ ଗ୍ୟାଙ୍ଗ । ରିଟର୍ଣ୍ଣର ‌ଲୋଭ ଦେଇ କିଟି କ୍ୟାସ ଗ୍ରୁପ କରି ଠକାମି କରୁଥିଲେ ।

ଏହି ଗ୍ରୁପ ଜରିଆରେ ଠକେଇ କରୁଥିବା ଠକକୁ ଗିରଫ କରାଯାଇଛି । ୧୫ଲକ୍ଷ ଠକେଇ ଅଭିଯୋଗରେ ମଧ୍ୟପ୍ରଦେଶରୁ ଠକକୁ ଗିରଫ କରିଛି ସାଇବର ଏବ ଅର୍ଥନୈତିକ ଅପରାଧା ଶାଖା ଥାନା । ମଧ୍ୟପ୍ରଦେଶ ଛେଣ୍ଡୱାଡାର ଠକ ଗୌର ବିଶ୍ୱକର୍ମାଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଠକର ୧୦ଟି ଆକାଉଣ୍ଟରୁ ୧୩ ଲକ୍ଷରୁ ଅଧିକ ଟଙ୍କା କମିଶନରେଟ ପୋଲିସ ଜବତ କରିଛି । ମାମଲାରେ ଆଉ ୫ ଜଣ ଅଭିଯୁକ୍ତ ଫେରାର ଥିବା କହିଛନ୍ତି ସାଇବର ଥାନା ଓ ଅର୍ଥନୈତିକ ଅପରାଧା ଶାଖାର ଇନସ୍ପେକ୍ଟର ରଶ୍ମିତା ଜେନା ।

Comments are closed.