Latest Odisha News

BREAKING NEWS

ରଣଜୀ ଟ୍ରଫି କ୍ରିକେଟରେ ବିବାଦ: ଉତ୍ତାରଖଣ୍ଡ ଆସୋସିଏସନ ଖେଳାଳିଙ୍କ କଦଳୀ, ପାଣିରେ ଖର୍ଚ୍ଚ କରିଛି ୫୭ ଲକ୍ଷ !

ଡେରାଡୁନ: ରଣଜୀ ଟ୍ରଫି କ୍ରିକେଟରେ ୪୧ ଥର ଚାମ୍ପିୟନ ମୁମ୍ବାଇ ଠାରୁ ରେକର୍ଡ ୭୨୫ ରନ ବ୍ୟବଧାନରେ ହାରିଥିବା ଉତରାଖଣ୍ଡ ଟିମକୁ ନେଇ ଏକ ବିବାଦ ମୁଣ୍ଡ ଟେକିଛି । ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଉତରାଖଣ୍ଡ ଆସୋସିଏଶନ କାଗଜ କଲମରେ ଟିମ ପିଛା କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ଉଲ୍ଲେଖ କରୁଥିବା ବେଳେ ଖେଳାଳିମାନଙ୍କୁ ଦୈନିକ ମାତ୍ର ୧୦୦ ଟଙ୍କା ପ୍ରଦାନ କରୁଛି । ଆସୋସିଏଶନ ଖେଳାଳିମାନଙ୍କ ପିଛା ଖାଦ୍ୟ ଓ ପାନୀୟ ବାବଦକୁ ୧.୭୪ କୋଟି ଟଙ୍କା ଖର୍ଚ୍ଚ କରିଛି । ଯାହାକି ସହଜରେ ବିଶ୍ୱାସ କରି ହେଉ ନାହିଁ । ଏଥିରେ କେବଳ କଦଳୀ ଖାଇବା ପିଛା ୩୫ ଲକ୍ଷ ଓ ପାଣି ପାଇଁ ୨୨ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଖେଳାଳିଙ୍କ ଦୈନିକ ଭତା ବାବଦକୁ ୪୯ ଲକ୍ଷ ୫୮ ହଜାର ଦିଆ ଯାଉଥିଲା ।

ଏହାର ଜବାବରେ ଆସୋସିଏଶନ ପକ୍ଷରୁ କୁହାଯାଇଛି ୨୦୨୧-୨୨ ସିଜନରେ ୧୨୫୦ ସପୋର୍ଟ ଷ୍ଟାଫଙ୍କୁ ଦୈନିକ ୧୫୦୦ ଟଙ୍କା ଲେଖାଁଏ ପ୍ରଦାନ କରାଯାଇଛି । ବାୟୋବବଲ କାରଣରୁ ଖେଳାଳିମାନେ ବାହାରକୁ ଖାଇବା ପାଇଁ ଯାଉ ନ ଥିଲେ । ସେମାନଙ୍କ ପାଇଁ ହୋଟେଲର ଖାଇବା ମଗା ଯାଉଥିଲା । ଏହି ସବୁ ଅର୍ଥ ସେମାନଙ୍କ ଦୈନିକ ଭତାରୁ କଟା ଯାଉଥିଲା ।

Leave A Reply

Your email address will not be published.