Latest Odisha News

BREAKING NEWS

ମାଆ କାଳୀଙ୍କ ବିବାଦୀୟ ପୋଷ୍ଟର: ନିର୍ମାତାଙ୍କ ବିରୋଧରେ ଏଫଆଇଆର ରୁଜୁ

ମୁମ୍ବାଇ: ଧାର୍ମିକ ସ୍ୱାଧୀନତା ଆଳରେ ହିନ୍ଦୁ ଧର୍ମକୁ ଟାର୍ଗେଟ କରିବା ସହଜ ହୋଇଛି । ନିକଟରେ କାଳୀ ନାମକ ଏକ ଡକ୍ୟୁମେଂଟ୍ରିରେ ମା କାଳୀ ଭୂମିକା କରୁଥିବା ଅଭିନେତ୍ରୀଙ୍କ ଗୋଟିଏ ହାତରେ ସିଗାରେଟ ଓ ଅନ୍ୟ ହାତରେ ଏଲଜିବିଟିକ୍ୟୁର ପତାକା ରହିଛି । ଦେବୀଙ୍କ ଏହି ରୂପ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଏବଂ ନିରାଶ ହୋଇ ପଡିଛନ୍ତି । ସୋସିଆଲ ମିଡିଆରେ ଏ ନେଇ ତୀବ୍ର ଆକ୍ରୋଶ ପ୍ରକାଶ ପାଇଛି । ଏହାର ନିର୍ମାତା ଲୀନା ମଣିମେକଲାଇଙ୍କ ବିରୋଧରେ ୟୁପି ପୋଲିସ ଅପରାଧୀକ ଷଡଯନ୍ତ୍ର, ପୂଜା ସ୍ଥଳୀରେ ଅପରାଧ ଓ ଜାଣିଶୁଣି ଧାର୍ମିକ ଭାବନାକୁ ଆଘାତ ଦେବା ସହ ଶାନ୍ତି ଭଙ୍ଗ କରିବା ଅଭିଯୋଗରେ ମାମଲା ରୁଜୁ କରାଯାଇଛି । ଦିଲ୍ଲୀ ପୋଲିସ ଆଇଏଫଏସଓ ୨୯୫ ଏ ଧାରାରେ ଏଫଆଇଆର ରୁଜୁ କରିଛି ।

ବିବାଦ ବଢ଼ିବା ପରେ ଲୀନା କହିଥିଲେ, ମୁଁ ଯେତେ ପର୍ଯ୍ୟନ୍ତ ଜୀବିତ ଅଛି କାହାକୁ ଡରିବିନି । ଆଉ ଯଦି ଏହା ବଦଳରେ ମୋତେ ମୋ ଜୀବନ ଦେବାକୁ ପଡିବ ସେଥିପାଇଁ ପ୍ରସ୍ତୁତ ଅଛି । ଏବେ କିନ୍ତୁ ତାଙ୍କ ସ୍ୱର ବଦଳିଛି ସେ ଲେଖିଛନ୍ତି ଆପଣ ଫିଲ୍ମ ଦେଖିବା ପରେ ମୋତେ ଗିରଫ କରିବା ବଦଳରେ ପ୍ରେମ କରିବେ ।

Comments are closed.