ଜଗତସିଂହପୁର: ବଢ଼ିଲା ତିର୍ତ୍ତୋଲ ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ଅଡୁଆ । ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ପୁଅ ତଥା ବିଧାୟକ ବିଜୟ ଶଙ୍କର ଦାସ ସେକ୍ସ ରାକେଟ ଚଳାଉଛନ୍ତି ଅଭିଯୋଗର ତଦନ୍ତ କରିବାକୁ କ୍ରାଇମବ୍ରାଞ୍ଚକୁ ଚିଠି । ଏସପି ଅଖିଳେଶ୍ୱର ସିଂହ ଏପରି ଏକ ଚିଠି କ୍ରାଇମବ୍ରାଞ୍ଚକୁ ଜୁଲାଇ ୪ ତାରିଖ ଦିନ ଲେଖିଛନ୍ତି। ଯାହା ଏବେ ସାମ୍ନାକୁ ଆସିଛି ।
ଏସପିଙ୍କ ଚିଠିରେ ଉଲ୍ଲେଖ ରହିଛି, ସୋମାଲିକା ଦାସ ତିର୍ତ୍ତୋଲ ବିଧାୟକଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ଥାନାରେ ମାମଲା ରୁଜୁ ହୋଇଛି। ସୋମାଲିକା ଲିଖିତ ଭାବେ ଏତଲା ଦେଇ ଉଲ୍ଲେଖ କରିଛନ୍ତି ଯେ ବିଧାୟକ ସେକ୍ସ ରାକେଟ ଚଳାଉଛନ୍ତି। ତେଣୁ ମାମଲାକୁ ଗୁରୁତର ସହ ବିଚାର କରାଯାଉ। ଯେହେତୁ ବିଧାୟକଙ୍କ ବିରୋଧରେ ଅଭିଯୋଗ ଆସିଛି । ତେଣୁ ମାମଲାଟି ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ। ତେଣୁ ମାମଲାଟିର ଗମ୍ଭୀରତାକୁ ଦେଖି କ୍ରାଇମବ୍ରାଞ୍ଚ ତଦନ୍ତ ହେଉ ବୋଲି ସୋମାଲିକା ଏତଲାରେ ଲେଖିଛନ୍ତି। ତେଣୁ ଏସପି କ୍ରାଇମବ୍ରାଞ୍ଚକୁ ଚିଠି ଲେଖି ମାମଲାଟିର ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଏବଂ ସୋମାଲିକା ପରସ୍ପରକୁ ପ୍ରେମ କରୁଥିଲେ ବୋଲି ସୂଚନା ରହିଛି। କିଛି ମାସ ପୂର୍ବରୁ ଉଭୟଙ୍କର କିଛି ବ୍ୟକ୍ତଗତ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ଯାହାକୁ ନେଇ ଉଭୟ ବିବାଦୀୟ ହୋଇପଡିଥିଲେ। ଏହାପରେ ଉଭୟଙ୍କ ମଧ୍ୟର ଆପୋଷ ସମାଧାନ ହୋଇଥିବା ସୂଚନା ରହିଥିଲା। ମେ ୧୭ରେ ଉଭୟ ବିବାହ କରିବାକୁ ସବରେଜିଷ୍ଟାର ଅଫିସରେ ଏକ ଆବେଦନ କରିଥିଲେ। ପରେ ତାରିଖ ଅନୁଯାୟୀ ଜୁନ୍ ୧୭ରେ ଉଭୟ ସବରେଜିଷ୍ଟାର ଅଫିସରରେ ପହଞ୍ଚିବାର ଥିଲା। ସୋମିଲାକ ଜୁନ୍ ୧୭ରେ ବିବାହ ପାଇଁ ସବରେଜିଷ୍ଟାର ଅଫିସରେ ପହଞ୍ଚିଥିଲେ କିନ୍ତୁ ବିଜୟ ଶଙ୍କର ଦାସ ଆସିନଥିବା ଅଭିଯୋଗ କରିଛନ୍ତି ସୋମାଲିକା। ଏହାପରେ ସୋମିଲାକା ବିଜୟ ଶଙ୍କରଙ୍କ ବିରୋଧରେ ଥାନାର ଦ୍ୱାରସ୍ଥ ହୋଇଥିଲେ। ବିଜୟ ତାଙ୍କୁ ଧୋକା ଦେଇଛନ୍ତି ଏବଂ ବିଜୟ ସେକ୍ସ ରାକେଟ ଚଳାଉଛନ୍ତି ବୋଲି ଜଗତସିଂହପୁର ଥାନାରେ ଅଭିଯୋଗ କରିଥିଲେ। ଜଗତସିଂହପୁର ଥାନାରେ ଏ ନେଇ ଜୁନ୍ ୧୮ରେ ମାମଲା ରୁଜୁ ହୋଇଥିଲା।
Comments are closed.