ଭୁବନେଶ୍ବର: ଆଜି ଶ୍ରାବଣ ମାସର ପ୍ରଥମ ସୋମବାରରେ ଶିବମନ୍ଦିରରେ ପ୍ରବଳ ଗହଳି । ବିଭିନ୍ନ ଶୈବପୀଠରେ କାଉଡିଆମାନେ ବାବା ଭୋଳନାଥଙ୍କୁ ଜଳଲାଗି କରିଛନ୍ତି । ମାନସିକ ପୂରଣ ଲାଗି ବିଭିନ୍ନ ନଦୀରୁ ପାଣି ଆଣି ଜଳ ଲାଗି କରିବା ପାଇଁ ସକାଳୁ ସକାଳୁ କାଉଡିଆଙ୍କ ମନ୍ଦିର ନିକଟରେ ଭିଡ ଲାଗିଥିଲା । ଏନେଇ ଲିଙ୍ଗରାଜ ମନ୍ଦିରରେ ହେବାକୁ ଥିବା ଭିଡ଼କୁ ଲକ୍ଷ୍ୟ କରି କମିସନରେଟ ପୁଲିସ ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି। ରାଜଧାନୀ ସହର ସାରା ରୁଟ ଲାଇନିଂ ବ୍ୟବସ୍ଥା ସହ ଟ୍ରାଫିକ ମ୍ୟାନେଜମେଣ୍ଟ କରାଯାଇଛି । ମନ୍ଦିର ଭିତରେ ଓ ବାହାରେ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟାରିକେଟ ବ୍ୟବସ୍ଥା କରାଯାଇଛି। ରାଜ୍ୟର ବିଭିନ୍ନ ଶିବ ମନ୍ଦିରରେ ଶ୍ରଦ୍ଧାଳୁମାନେ ସକାଳୁ ଜଳଲାଗି କରୁଛନ୍ତି ।
BREAKING NEWS
- ମୁର୍ଶିଦାବାଦ ହିଂସାକାଣ୍ଡ ଘଟଣାରେ ଓଡିଶାର ଲିଙ୍କ୍; ଝାରସୁଗୁଡାରୁ ୨ ଅପରାଧୀ ଗିରଫ, ୬ ଅଟକ
- ଫିଲ୍ମ ‘ସ୍ତ୍ରୀ ୨’ ଏବଂ ‘ପୁଷ୍ପା ୨’ ପରେ ୬୦୦ କୋଟି କ୍ଲବରେ ସାମିଲ ହେଲା ‘ଛାଭା’
- ଆତଙ୍କୀ ହେବେ ନିପାତ; ଜମ୍ମୁ-କଶ୍ମୀରରେ ମୁତୟନ ହେବେ କୋବ୍ରା କମାଣ୍ଡୋ
- ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ
- ଏହି ଦିନ ପରଦାକୁ ଆସିବ ‘ମର୍ଦାନୀ’ ୩
- ରାଜସ୍ଥାନ-ଲକ୍ଷ୍ନୌ ମ୍ୟାଚ ଫିକ୍ସ ହୋଇଛି ବୋଲି ଅଭିଯୋଗ ଆଣିଲେ ଜୟଦୀପ
- ୨ ଦିନିଆ ସାଉଦି ଆରବ ଗସ୍ତ କରିବେ ପ୍ରଧାନମନ୍ତ୍ରୀ, ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ ଉପରେ ହେବ ଆଲୋଚନା
- ପବ୍ଲିକ ଆଡମିନିଷ୍ଟ୍ରେସନରେ ଅତୁଳନୀୟ ଅବଦାନ ଯୋଗୁ କୋରାପୁଟ ଜିଲ୍ଲାପାଳ ପ୍ରଶଂସିତ
- ତାଳଚେର ‘ରାଜା’ ରାଜେନ୍ଦ୍ର ଚନ୍ଦ୍ର ଦେବ ବୀରବର ହରିଚନ୍ଦନଙ୍କ ଦେହାନ୍ତ
- ପ୍ରେସର ବୋମା ବିସ୍ଫୋରଣରେ ଯବାନ ସହିଦ, ସେପଟେ ଏନକାଉଣ୍ଟରରେ ଟଳିଲେ ୨ ଦୁର୍ଦ୍ଦାନ୍ତ ନକ୍ସଲ
Comments are closed.