Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୪୦ 

ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ରତ୍ନସିଂହାସନ ପରେ ସବୁଠାରୁ ମହତ୍ୱପୂର୍ଣ୍ଣ ମଣ୍ଡପ ହେଲା ବ୍ରହ୍ମlସନ ବା ମୁକ୍ତି ମଣ୍ଡପ। ପ୍ରଥମେ ଏହାର ସ୍ୱରୂପ ସ୍ତମ୍ଭ ଓ ଛାତ ବିହୀନ ମୁକ୍ତ ଥିଲା କିନ୍ତୁ ବର୍ତ୍ତମାନ ଦୃଷ୍ଟିଗୋଚର ହେଉଥିବା ଷୋଡଶ ସ୍ତମ୍ଭ ଓ ଛାତ ବିଶିଷ୍ଟ ମଣ୍ଡପ ୨୪ /୨୪ ହାତ ବା ୩୮ /୩୮ ଫୁଟ ଅଟେ। ଶାସ୍ତ୍ର କହେ ମଣ୍ଡପ ନିର୍ମାଣ କରୁଥିବା ବିଶ୍ୱକର୍ମାଙ୍କ ହସ୍ତରେ ୨୪ /୨୪ ହାତ ମଣ୍ଡପ ସର୍ବୋତ୍ତମ ଯଜ୍ଞ ମଣ୍ଡପ ଭାବରେ ପରିଗଣିତ ହୁଏ। ଏହି ଯଜ୍ଞ ମଣ୍ଡପର ମୁଖ୍ୟ ଦେବତା ହେଲେ ଯଜ୍ଞ ନୃସିଂହ ଶ୍ରୀମନ୍ଦିର ଓ ଶ୍ରୀବିଗ୍ରହଙ୍କ ପ୍ରତିଷ୍ଠା ପୂର୍ବରୁ ଏହାଙ୍କର ପ୍ରତିଷ୍ଠା ଓ ମଣ୍ଡପର ପଶ୍ଚିମକୋଣରେ ଏହାଙ୍କ ମନ୍ଦିର ବିଦ୍ୟମାନ। ଏହି ମଣ୍ଡପରେ ଶ୍ରୀଗଣେଶ ଓ ଦେବୀ କାଳିକା ମଧ୍ୟ ପୂଜିତ ହୁଅନ୍ତି। ତେଣୁ ଯଥାର୍ଥରେ ଏହା ଦେବତାଙ୍କ ଯୋଗ୍ୟ ମଣ୍ଡପ। ତାହା ମଧ୍ୟ ହୋଇଛି। ପ୍ରତେକ ସ୍ତମ୍ଭ ଜଣେ ଜଣେ ଦେବତାଙ୍କ ଲାଗି ସମର୍ପିତ । ଯଥା: “ବ୍ରହ୍ମl, ବିଷ୍ଣୁଶ୍ଚ, ରୁଦ୍ରଶ୍ଚ, ଶକ୍ର, ଭାନୁ, ଗଜାନନଃ, ଯମଶ୍ଚ, ସର୍ପ ସେନାନ୍ୟୋ ପୃଷଦଶ୍ୱl, ନିଶାପତିଃ ପ୍ରଚେତl, ବସୁଧନଦୌ ବାକପତି ସ୍ତଷ୍ଟ୍ରନନ୍ଦନଃ, ଏତେ ଦେବାଃ ସମାଖ୍ୟାତଃl ସ୍ତମ୍ଭ କର୍ମଣି ସୁରଭି। ” ଅର୍ଥାତ ବ୍ରହ୍ମl, ବିଷ୍ଣୁ, ରୁଦ୍ର, ଇନ୍ଦ୍ର, ସୂର୍ଯ୍ୟ, ଗଣେଶ, ଯମ, ସର୍ପ, କାର୍ତ୍ତିକେୟ, ବାୟୁ, ଚନ୍ଦ୍ର, ବରୁଣ, ଅଷ୍ଟବସୁ, କୁବେର, ବୃହସ୍ପତି, ଓ ବିଶ୍ୱକର୍ମା ଇତ୍ୟାଦି ଷୋଡଶ ଦେବତା ଏହି ଷୋଡଶ ସ୍ତମ୍ଭର ଅଧିକାରୀ ଅଟନ୍ତି। କିନ୍ତୁ ଲୋକ ମୁଖରେ କଥିତ ହୁଏ ମହାପ୍ରଭୁଙ୍କ ସେବାପୂଜାର ତତ୍ୱାବଧାରକ ହିସାବରେ ବୈଦିକ ବ୍ରlହ୍ମଣମାନଙ୍କୁ ନେଇ ପ୍ରତିଷ୍ଠିତ ଷୋଡଶ ବ୍ରlହ୍ମଣ ଶାସନର ପ୍ରତୀକ ଏହି ଷୋଡଶ ସ୍ତମ୍ଭ। ସେହି ବ୍ରlହ୍ମଣ ଶାସନମାନଙ୍କ ନାମ, ଯାହାକି ବିଭିନ୍ନ ଗଜପତିମାନେ ପ୍ରତିଷ୍ଠା କରାଇଥିଲେ। ସ୍ତମ୍ଭଗୁଡିକର ନାମ କରଣ ବିଷୟରେ ଜାଣିବା ଆଗାମୀ ଅଧ୍ୟାୟରେ। ଆହୁରି ଅନେକ ବିଚିତ୍ର କଥା ବି ଜାଣିବା ଯାହା ଏହି ମଣ୍ଡପର ଗୁରୁତ୍ୱ ପ୍ରତିପାଦନ କରେ। କାରଣ ଷୋଡଶ ଶତାବ୍ଦୀର ମଧ୍ୟଭାଗରେ କବି ଦେବ ଦୁର୍ଲଭ ଦାସଙ୍କ ରଚିତ କାବ୍ୟ “ରହସ୍ୟ ମଞ୍ଜରୀ “ରେ ଶ୍ରୀଜଗନ୍ନାଥଙ୍କ ବନ୍ଦନାରେ ଉଲ୍ଲେଖ ହୋଇଛି
କଳପ ମହାରୁଟ ନିକଟେ
ମୁକ୍ତି ମଣ୍ଡପ ବିଚିତ୍ର ଥାନ ଘଟେ ।

ତେଣୁ ହେ ବିଚିତ୍ର ମୁକ୍ତି ମଣ୍ଡପ ତୁମେ ହିଁ ତୁମ ରହସ୍ୟ ବଖାଣ ପାର୍ଥନା କରି ଆମ ଆରାଧନାରେ ଭାଗବତ ପାଠ କରିବା
“ଶୁଣ ହେ ସାନକାଦି ଜନ
ତୁମ୍ଭେ ଯେ ବ୍ରହ୍ମl ଙ୍କ ନନ୍ଦନ ।
ପରମ ସାଂଖ୍ୟ ଯୋଗ ମାର୍ଗ
ଭାବେ କହିଲି ତୁମ୍ଭ ଆଗ ।
ସର୍ବ ଆଶ୍ରୟ ଯେଣୁ ମୁହିଁ
ଯ6ଜ୍ଞ ସକଳ ହବି ଖାଇ ।
ଏଣୁ ମୁଁ ସକଳ ଯଜ୍ଞ ପତି
ମୁଁ ସାଂଖ୍ୟ ରୃତ ସତ୍ୟକୀର୍ତି ।

ଜୟ ଜଗନ୍ନାଥ (ଦ. ତ୍ରୀ. ଉବାଚ )

Comments are closed.