Latest Odisha News

BREAKING NEWS

ଚିଟଫଣ୍ଡ ମାମଲାରେ ପ୍ରଭାତ ବିଶ୍ୱାଳଙ୍କ ସମ୍ପତ୍ତି ଆଟାଚ୍ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

କଟକ: ପୂର୍ବତନ କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ସମ୍ପତ୍ତି ଇଡି ଆଟାଚ୍ କରିଛି । ପ୍ରଭାତ ବିଶ୍ୱାଳଙ୍କ ୩ କୋଟି ୯୨ ଲକ୍ଷ ଟଙ୍କାର ସମ୍ପତ୍ତି ED ଆଟାଚ୍ କରିଥିବା ଜଣାପଡ଼ିଛି । ମନି ଲଣ୍ଡରିଂ ଆକ୍ଟ ଅନୁସାରେ ସମ୍ପତ୍ତି ଆଟାଚ୍ କରିଛି ED । ଅଣ ବ୍ୟାକିଙ୍ଗ ସଂସ୍ଥା ଜରିଆରେ ଟଙ୍କା ଆଦାୟ କରିଥିବାରୁ ଆଟାଚ୍ କରାଯାଇଛି ।

ୟୁପି ନୋଏଡାରେ ଥିବା ପ୍ରଭାତଙ୍କ ମିଡିଆ ଗ୍ରୁପର ସମ୍ପତ୍ତି ଆଟାଚ୍ କରିଛି ଇଡି । କଟକ ଏସବିଆଇ ବ୍ୟାଙ୍କ ଆକାଉଣ୍ଟରେ ଥିବା ୨୫ ଲକ୍ଷ ଟଙ୍କା ଆଟାଚ୍ ହୋଇଛି । ଚିଟଫଣ୍ଡ ସଂସ୍ଥା ସିସୋର ଲିଙ୍କରେ ପୂର୍ବରୁ ସିବିଆଇ ପ୍ରଭାତଙ୍କୁ ଗିରଫ କରିଥିଲା । ଉକ୍ତ ମାମଲାରେ ତଦନ୍ତ କରି ଇଡି ଏହି କାର୍ଯ୍ୟାନୁଷ୍ଠାନ ନେଇଛି ।

ଇଡି ସମ୍ପତ୍ତି ଆଟାଚ୍ ପରେ ପ୍ରତିକ୍ରିୟା ଦେଇ ପ୍ରଭାତ ବିଶ୍ୱାଳ କହିଛନ୍ତି, ମୋର ସମ୍ପତ୍ତି କିଛି ନାହିଁ । ଇଡି ଯାହା ଆଟାଚ୍ କରିଛି ତାହା ଋଣ ଟଙ୍କା । ସେହି ଟଙ୍କା ଇଡି ଆଟାଚ୍ କରିଛି । ଜାମିନ୍ ବେଳେ ୨୫ ଲକ୍ଷ ଟଙ୍କା ଜମା ଦିଆଯାଇଥିଲା । ସେହି ଟଙ୍କା ଆଟାଚ୍ କରାଯାଇଛି ବୋଲି କହିଛନ୍ତି ପ୍ରଭାତ ବିଶ୍ୱାଳ ।

Leave A Reply

Your email address will not be published.