Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ‘ଲକଡାଉନ୍ ଲିରିକ୍ସ’ ଉନ୍ମୋଚିତ

ଭୁବନେଶ୍ୱର : ଅଥର ପ୍ରେସ ନୂଆଦିଲ୍ଲୀ ଆନୁକୂଲ୍ୟରେ ପ୍ରକାଶିତ କବୀ ସଂଯୁକ୍ତା ଦାଶଙ୍କର ଇଂରାଜୀ କବିତା ସଙ୍କଳନ ଲକଡାଉନ୍ ଲିରିକ୍ସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି ।ମହାମାରୀ କରୋନା ସମୟରେ ଅନୁଭବ ଓ ଅନୁଭୂତି ଭିତରେ ମାନସିକ ଅବସ୍ଥା ତଥା ଆଶା ଓ ଆକାଂକ୍ଷାକୁ ନେଇ ସଙ୍କଳିତ କବିତା ପୁସ୍ତକରେ କବୀଙ୍କର ସୃଜନଶୀଳତାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ ।

କବୀ ସଂଯୁକ୍ତା ଓଡ଼ିଆ ସାହିତ୍ୟର ଏକ ଜଣାଶୁଣା ନାମ । ପୂର୍ବରୁ ତାଙ୍କର କବିତା ସଙ୍କଳନ ‘ଅନ୍ତଃସ୍ୱର’, ‘ଅମୃତ ଅନ୍ଵେଷା’ ଏବଂ’ ଅପେକ୍ଷାରେ ଏବେ ବି’ ଆଦି ପ୍ରକାଶିତ ହୋଇ ବିପୁଳ ପାଠକୀୟତା ସାଉଁଟିଛି ।

Leave A Reply

Your email address will not be published.