Latest Odisha News

BREAKING NEWS

ସଂଜୟ ରାଉତଙ୍କୁ ଗିରଫ କଲା ଇଡି

ସଂଜୟଙ୍କ ଭାଇ ସ୍ପଷ୍ଟ କଲେ

ମୁମ୍ବାଇ:  ସଞ୍ଜୟ ରାଉତଙ୍କୁ ଗିରଫ କରିଛି ଇଡି । ଏହା ତାଙ୍କ ଭାଇ ସ୍ପଷ୍ଟ କରିଛନ୍ତି । ଇଡି  ଶିବସେନା ନେତା ସଞ୍ଜୟ ରାଉତଙ୍କ ଦିନସାରା ପଚରାଉଚୁରା କରିଥିଲା ।  ଏକ ହଜାର କୋଟି ଟଙ୍କାର ଜମି ଦୁର୍ନୀତି ମାମଲାରେ ପୂର୍ବରୁ ସଞ୍ଜୟକୁ ଦୁଇ ଦୁଇ ଥର ଇଡି ସମନ କରିଥିଲା । ହେଲେ ସଞ୍ଜୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହୋଇନଥିଲେ । ତେଣୁ ଇଡି ତାଙ୍କ ବାସଭବନକୁ ଯାଇ ଜେରା କରିଥିଲା । ପରେ ସଂଧ୍ୟାରେ ତାଙ୍କୁ ଇଡି ଅଫିସକୁ ଆଣି ଜେରା କରୁଥିଲା ।

ତେବେ ମଧ୍ୟ ରାତ୍ରିରେ ତାଙ୍କୁ ଗିରଫ କରାଯାଇଛି ବୋଲି ତାଙ୍କ ଭାଇ ସୁନିଲ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଗିରଫ ପୂର୍ବରୁ ଇଡି ଦୁଇଥର ସଞ୍ଜୟଙ୍କୁ ପଚରାଉଚରା ପାଇଁ ଡକାଇଥିଲେ ବି ରାଉତ ଥରେ ବି ହାଜର ହୋଇନଥିଲେ। ଏହାକୁ ଦେଖି ଇଡି ଅଧିକାରୀମାନେ ରବିବାର ସକାଳ ପ୍ରାୟ ୭ଟାରେ ଶିବସେନା ନେତା ସଞ୍ଜୟ ରାଉତଙ୍କ ବାସଭବନରେ ପହଞ୍ଚିଥିଲେ।

ଇଡି ଅଧିକାରୀ ପହଞ୍ଚିବା  ସଞ୍ଜୟ  ଟୁଇଟ କରିଥିଲଲେ  କ‌ୌଣସି ଦୁର୍ନୀତି ବ୍ୟାପାରରେ ମୋର ସମ୍ପୃକ୍ତି ନାହିଁ। ମରିବି ପଛେ ଆତ୍ମସମର୍ପଣ କରିବି ନାହିଁ। ଜୟ ମହାରାଷ୍ଟ୍ର।

ମୁମ୍ବାଇର ପତ୍ରା ‘ଚଂଲ୍‌’ର  ଅନିୟମିତା ନେଇ  ଇଡି  ସଞ୍ଜୟ ରାଉତଙ୍କୁ ପଚରାଉଚୁରା କରୁଥିଲା। ସଞ୍ଜୟ ରାଉତଙ୍କ ବାସଭବନରୁ ୧୧.୫୦ ଲକ୍ଷ ଟଙ୍କା ଇଡି ଜବତ କରିଥିଲା।
Leave A Reply

Your email address will not be published.