ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଟେବୁଲ ଟେନିସରେ ଭାରତ ସ୍ୱର୍ଣ୍ଣ ପଦକ ହାସଲ କରିଛି । ପୁରୁଷ ବିଭାଗ ଫାଇନାଲରେ ଟିମ ଇଣ୍ଡିଆ ୩-୧ରେ ସିଙ୍ଗାପୁରକୁ ପରାସ୍ତ କରିଥିଲା । ସାଥିୟାନ ଜ୍ଞାନଶେକରନ ଓ ହରମିତ ଦେଶାଇ ସେମାନଙ୍କ ଡବଲ୍ସ ମ୍ୟାଚ ସହଜରେ ଜିତିଥିଲେ ମଧ୍ୟ ଷ୍ଟାର ଖେଳାଳି ଶରଥ କମଲ ସିଙ୍ଗଲ୍ସରେ ପରାଜିତ ହୋଇଥିଲେ । ଶରତଙ୍କୁ ସିଙ୍ଗାପୁରର ସିନିୟର ଖେଳାଳି କ୍ଲାରେନ୍ସ ଚିଓ ପରାସ୍ତ କରିଥିଲା । ମୁକାବିଲା ୧-୧ ସମାନ ସ୍ଥିତିକୁ ଆସିବା ପରେ ଭାରତର ସାଥିୟାନ ଓ ହରମିତ ସେମାନଙ୍କ ସିଙ୍ଗଲ୍ସ ମ୍ୟାଚରେ ବିଜୟୀ ହୋଇ ଭାରତ ପାଇଁ ୫ମ ସ୍ୱର୍ଣ୍ଣ ହାସଲ କରିଛନ୍ତି । ସାଥିୟାନ ଚମତ୍କାର ପ୍ରଦର୍ଶନ ଭାରତକୁ ସ୍ୱର୍ଣ୍ଣ ପଦକ ହାସଲ କରାଇବାରେ ସହାୟ ହୋଇଥିଲା । ପୂର୍ବରୁ ନାଇଜେରିଆକୁ ପରାସ୍ତ କରି ଭାରତ ଫାଇନାଲରେ ପ୍ରବେଶ କରିଥିଲା । ୨୦୧୮ ଏସିଆନ ଗେମ୍ସରେ ମଧ୍ୟ ଭାରତ ସ୍ୱର୍ଣ୍ଣ ପଦକ ଜିତିଥିଲା ।
BREAKING NEWS
- ରାଷ୍ଟ୍ରପତି ଭବନରେ ନିଜର ଅଭିନବ ଉତ୍ପାଦ ପ୍ରଦର୍ଶନ କଲେ ଓଡ଼ିଶାର ୩ ଷ୍ଟାର୍ଟଅପ୍
- ଚାରିଦିନିଆ ଓଡ଼ିଶା ଗସ୍ତରେ ବିହାରର କ୍ରୀଡ଼ା ମନ୍ତ୍ରୀ;ଉଚ୍ଚସ୍ତରୀୟ କ୍ରୀଡ଼ା ଭିତ୍ତିଭୂମିର ପରିଚାଳନା ବିଷୟରେ ଜାଣିବା ପାଇଁ…
- ‘ରନ୍ଧନ ତୈଳ ଉତ୍ପାଦନ ବଢ଼ାଅ,ମଜବୁତ ହେବ ଜାତୀୟ ଅର୍ଥନୀତି’
- SIR 2026: ଭୋଟର ତାଲିକା ସଂଶୋଧନ ପାଇଁ ସମୟ ବୃଦ୍ଧି…
- Terror attack in J&K:ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ;ଜଣେ ମୃତ, ଅନ୍ୟ ଜଣେ ଆହତ
- କମନୱେଲଥ ଗେମ୍ସରେ ଇତିହାସ ରଚିଲେ ଅସ୍ମିତା ଡେ
- ଇପିଏଫଓ ଆକାଉଣ୍ଟରୁ ଉଡ଼ିଗଲା ୧୯.୩୩ କୋଟି ଟଙ୍କା! ନୋକିଆ କର୍ମଚାରୀଙ୍କ ନାଁରେ CBI ର ଏଫଆଇଆର୍
- Odisha flood:ଏହି ଜିଲ୍ଲାରେ ୫ ଲକ୍ଷ ରୁ ଅଧିକ ଲୋକ ପ୍ରଭାବିତ; ୧ ଲକ୍ଷ ୭୬ ହଜାର ବିପନ୍ନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର
- ଫେରୁଛି ‘ସୁପର୍ ସିକ୍ସ’ ରୋମାଞ୍ଚ: ୨୪ ବର୍ଷ ପରେ ଆଫ୍ରିକା ମାଟିରେ ଖେଳାଯିବ କ୍ରିକେଟ୍ ବିଶ୍ୱକପ୍, ଦେଖିବାକୁ ମିଳିବ ନୂଆ ଅନ୍ଦାଜ
- ବନ୍ୟା ପରିସ୍ଥିତି ଓ ଲଗାଣ ବର୍ଷା: ଆସନ୍ତାକାଲି ଭଦ୍ରକ ଜିଲ୍ଲାରେ ବନ୍ଦ ରହିବ ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡି
Comments are closed.