ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ରେସଲରଙ୍କ ପ୍ରାଧାନ୍ୟ ବଜାୟ ରହିଛି । ଶନିବାର ୫୭କେଜି ବିଭାଗରେ ରବି ଦାହିୟା ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଫାଇନାଲରେ ସେ ନାଇଜେରିୟାର ଏବିକେବୋନିମୋଙ୍କୁ ୧୦-୦ରେ ପରାସ୍ତ କରିଥିଲେ । ଟୋକିଓ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ରବିଙ୍କ ସମ୍ପୂର୍ଣ୍ଣ ଏକତରଫା ଭାବେ ଏହାକୁ ଜିତି ନେଇଥିଲେ । ରାଜ୍ୟଗୋଷ୍ଠୀ କ୍ରୀଡାରେ ରବି ପ୍ରଥମ ଥର ପାଇଁ ଅଂଶଗ୍ରହଣ କରିଛନ୍ତି । ରେସଲିଂରେ ୪ ସ୍ୱର୍ଣ୍ଣ ସହ ଭାରତ ୮ ପଦକ ହାସଲ କରି ନେଇଛି । ଶୁକ୍ରବାର ରେସଲିଂରେ ବଜରଙ୍ଗ ପୁନିଆ, ସାକ୍ଷୀ ମଲିକ ଓ ଦୀପକ ପୁନିଆ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଟେକ୍ନିକାଲ ସୁପରିୟରିଟିରେ ରବି ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ମାତ ଦେଇଥିଲେ । ପ୍ରଥମ ୨ ମିନିଟ ପର୍ଯ୍ୟନ୍ତ ଏବିକୋବୋନିମୋ କଡା ସଂଘର୍ଷ କରିଥିଲେ ମାତ୍ର ଏହା ପରେ ତାଙ୍କ ଦୁର୍ବଳତାକୁ ଧରି ରବି ଆକ୍ରମଣାତ୍ମକ ପ୍ରଦର୍ଶନ କରି ମୁକାବିଲାରେ ଜିତିଥିଲେ ।
BREAKING NEWS
- ହେଡେନଙ୍କୁ ଉଲଗ୍ନ ହେବାରେ ବଂଚାଇ ଦେଲେ ରୁଟ
- ପୁଟିନଙ୍କ ପାଇଁ ପ୍ରୋଟୋକଲ ଭାଙ୍ଗିଲେ ମୋଦି…
- କଳିଙ୍ଗା ଘାଟିର ଦୁର୍ଘଟଣା ପ୍ରବଣ ଚିହ୍ନଟ ସ୍ଥାନରେ ଲାଗିଲା ଭେଇକଲ ସେନ୍ସର୍ ଆଲର୍ଟ ଯନ୍ତ୍ର
- ଚଳିତ ବର୍ଷ ବଜ୍ରାଘାତରେ ଯାଇଛି ୯୨ ଜଣଙ୍କ ଜୀବନ: ମନ୍ତ୍ରୀ
- ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ବେଣ୍ଟି; ବାରବାଟୀରେ କାଲିଠୁ ଅଫଲାଇନ୍ ଟିକେଟ୍ ବିକ୍ରି
- ସୟେଦ ମୁସ୍ତାକ ଅଲୀ ଟ୍ରଫି ଅଧାରୁ ଛାଡିଲେ ହାର୍ଦ୍ଦିକ
- ରାସ୍ତାରେ ଗଡୁଛି ୨.୧୯ ଲକ୍ଷ ଇଭି କାର୍, ଭୁବନେଶ୍ବରରେ ୧୨ ଚାର୍ଜିଂ ପଏଣ୍ଟ୍
- Police Clash: IIC ଓ ASI ମଧ୍ୟରେ ହାତାହାତି; ଆକ୍ସନ ନେଲେ ଏସ୍ପି
- ଦିଲ୍ଲୀ ପହଞ୍ଚିଲେ ଋଷିଆ ରାଷ୍ଟ୍ରପତି ପୁଟିନ୍, ପାଲାମ ବିମାନବନ୍ଦରରେ ଭବ୍ୟ ସ୍ୱାଗତ
- ଆପଣ ବି ବାଜପେୟୀ ହୋଇପାରିବେ, ବିଜେପିରେ ଜଏନ୍ କରି ଯାଆନ୍ତୁ: ରାହୁଲଙ୍କୁ କଙ୍ଗନାଙ୍କ ପରାମର୍ଶ
Comments are closed.