Latest Odisha News

BREAKING NEWS

ଘେରାଉ ନାଁରେ କଂଗ୍ରେସର ଦାଦାଗିରି, ପୌର ନିର୍ବାହୀ ଅଧିକାରୀଙ୍କୁ ଆକ୍ରମଣ ଉଦ୍ଯମ

ବାଲିଗୁଡ଼ା: ଉଗ୍ର ହେଉଛି କଂଗ୍ରେସ । ଘେରାଉ ନାଁରେ କରୁଛି ଦାଦାଗିରି । ବାଲିଗୁଡ଼ା ଏନଏସିରେ ଦୁର୍ନୀତି ହେଉଥିବା ଅଭିଯୋଗ କରି କଂଗ୍ରେସ ଆଜି ଆନ୍ଦୋଳନ କରିଥିଲା । ଏନ୍ଏସି କାର୍ଯ୍ୟାଳୟ ଘେରାଉ କରିଥିଲା ବାଲିଗୁଡ଼ା ନଗର କଂଗ୍ରେସ । କିନ୍ତୁ ଆନ୍ଦୋଳନ ନାଁରେ କଂଗ୍ରେସ ନେତା ଓ କର୍ମୀ ସବୁ ସୀମା ପାର୍ ହୋଇ ଯାଇଥିଲେ ।

ଏକାଧିକ କଂଗ୍ରେସ କର୍ମକର୍ତ୍ତା ପୌର ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟରେ ଧସେଇ ପଶିବା ସହ ଆକ୍ରମଣ ଉଦ୍ୟମ କରିଥିଲେ । କିଛି ଫାଇଲ୍ ଫିଙ୍ଗି ଦେଇଥିଲେ କଂଗ୍ରେସ କର୍ମକର୍ତ୍ତା । 5T ବ୍ୟବସ୍ଥା କାର୍ଯ୍ୟକାରୀ ସହ ଯୋଗ୍ୟ ହିତାଧିକାରୀଙ୍କୁ ଆୱାସ ଘର ପ୍ରଦାନ, ଭୂମିହୀନଙ୍କୁ ସ୍ଥାୟୀ ପଟ୍ଟା, ପ୍ରତି ଘରକୁ ବିଶୁଦ୍ଧ ପାଣି ଯୋଗାଣ, ଆଦି ୮ ଦଫା ଦାବି ନେଇ କଂଗ୍ରେସ ପ୍ରତିବାଦକୁ ଓହ୍ଲାଇଥିଲା ।

ଯଥାଶୀଘ୍ର ସବୁ ସମସ୍ୟାର ସମାଧାନ ନହେଲେ କଂଗ୍ରେସ ପୁଣି ଥରେ ଆନ୍ଦୋଳନ କରିବ ବୋଲି କହିଛନ୍ତି ଯୁବ ନେତା ତଥା ଦଳର ଲୋକସଭା ପ୍ରାର୍ଥୀ ମନୋଜ କୁମାର ଆଚାର୍ଯ୍ୟ । ଗଣତନ୍ତ୍ରରେ ଆନ୍ଦୋଳନକୁ ମନା ନାହିଁ । ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ ପାଇଁ କାହାକୁ ବାରଣ ବି ନାହିଁ । କିନ୍ତୁ ଆନ୍ଦୋଳନ ନାଁରେ ଏ ଆକ୍ରୋଶ କାହିଁକି ?

Comments are closed.