Latest Odisha News

ଇରାକରେ ଶ୍ରୀଲଙ୍କା ଭଳି ପରିସ୍ଥିତି: ଅଲସଦରଙ୍କ ଅବସର ଘୋଷଣା ପରେ ସଂସଦରେ ଧସେଇ ପସିଲେ ସମର୍ଥକ

ବାଗଦାଦ: ଇରାକରେ ଶ୍ରୀଲଙ୍କା ଭଳି ରାଜନୈତିକ ସଙ୍କଟ ସୃଷ୍ଟି ହୋଇଛି । ସୋମବାର ଇରାକର ପ୍ରଭାବଶାଳୀ ଶିୟା ଧର୍ମଗୁରୁ ମୁକ୍ତଦା ଅଲ ସଦର ରାଜନୀତିରୁ ଚାପର ବଶୀଭୂତ ହୋଇ ସନ୍ୟାସ ଘୋଷଣା କରିଥିଲେ । ଏପରିକି ସମସ୍ତ ପାର୍ଟି କାର୍ଯ୍ୟାଳୟକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେ ସମୟରେ ତାଙ୍କ ସମର୍ଥକମାନେ ସଂସଦ ବାହାରେ ବସିଥିଲେ । ଏହି ଘୋଷଣା ପରେ ସମର୍ଥକମାନେ ସଂସଦ ମଧ୍ୟକୁ ବଳପୂର୍ବକ ପ୍ରବେଶ କରିଥିଲେ । ରିପବ୍ଳିକ ପ୍ୟାଲେସ, ପିଏମଙ୍କ ଘର ଏବଂ ଅନ୍ୟ ସରକାରୀ କାର୍ଯ୍ୟାଳୟକୁ ମଧ୍ୟ ହାତମୁଠାକୁ ନେଇ ଆସିଛନ୍ତି ।

ଗତ ବର୍ଷ ଅକ୍ଟୋବରରେ ତାଙ୍କ ପାର୍ଟି ଅଧିକ ସିଟ ଜିତିବା ସତ୍ୱେ ସେ କ୍ଷମତା ହାସଲ କରିପାରି ନ ଥିଲେ । ତାଙ୍କ ସମର୍ଥକମାନେ ଶିୟା ବିରୋଧୀ କିପରି ସରକାର ଗଠନ ନ କରିବେ ସେଥିପାଇଁ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଶୁକ୍ରବାର ଅଲସଦର ତାଙ୍କ ଅନୁଗତଙ୍କୁ ବାଗଦାଦର ଗ୍ରୀନ ଜୋନରେ ନମାଜ ପଢ଼ିବା ସହ ଉପସ୍ଥିତ ରହିବା ପାଇଁ ଆହ୍ୱାନ କରିଥିଲେ । ପ୍ରବଳ ଗରମ ସତ୍ୱେ ତାଙ୍କ ପ୍ରଶଂସକମାନେ ଏଠାରେ ବହୁ ସଂଖ୍ୟାରେ ପଂହଚିଥିଲେ ।

Comments are closed.