ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୭୦
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ମହିମା ପ୍ରଚାର ପାଇଁ ଉଦିଷ୍ଟ”ଗଜ ଉଦ୍ଧାରଣ “ଉପାଖ୍ୟାନ “ଖଣ୍ଡିକିଆ ହରିବଂଶ “ଆଧାରରେ ଆମେ ଆଲୋଚନା ଜାରି ରଖିଛେ। ଏଠାରେ ଗଜ ଚଉରlଶି କାଠି ଜଳରେ ବୁଡ଼ି ରହିଛି ଓ ଉଦ୍ଧାର ପାଇଁ ଶ୍ରୀପୁରୁଷୋତ୍ତମଙ୍କ ପାଖରେ ପାର୍ଥନା କରୁଛି। ସନାତନ ଧର୍ମ ଧାରାରେ ଏହି ୮୪ ଅଙ୍କଟିର ଅନେକ ମହତ୍ୱ ଅଛି। ପ୍ରଥମେ ଆମେ ଜାଣୁ ଜୀବ ୮୪ ଲକ୍ଷ୍ୟ ଯୋନିରେ ଜନ୍ମନିଏ। ସେହିଭଳି ମୃତ୍ୟୁ ପରେ ୮୪ ନର୍କ ଯନ୍ତ୍ରଣା ଭୋଗିବାକୁ ପଡେ। ସାଧାରଣ ଭାବରେ ଆମ ଶରୀର ଆମ ନିଜ ଆଙ୍ଗୁଳି ମାପରେ ୮୪ ଆଙ୍ଗୁଳି ହୋଇଥାଏ। ସେଥିପାଇଁ କଵି ଭକ୍ତଚରଣ ଦାସ “ମନବୋଧ ଚଉତିଶା “ରେ ଲେଖିଲେ —
“ଚର୍ମ ବେଢ଼ିଛି ସିନା ଚୋୖରାଶିକି
ଚିତ୍ତ ତୁ ଦିଅ ନୀଳଗିରି ବାସୀଙ୍କି ।”
ପଣ୍ଡିତ ନୀଳକଣ୍ଠ ଦାଶଙ୍କ ବର୍ଣ୍ଣନା ଅନୁଯାୟୀ “ଏହି ଚଉରlଶୀ ଆଙ୍ଗୁଳ ଶରୀର ହେଉଛି ଜୀବରେ ଅଜୀବର ସମ୍ପର୍କ। ପୁନଶ୍ଚ ଚଉରlଶୀ ନର୍କରୁ ଉଦ୍ଧାର ପାଇଲେ ଜୀବ କୈବଲ୍ୟ ବା ଶ୍ରୀଜଗନ୍ନାଥଙ୍କ କରୁଣା ପ୍ରାପ୍ତ ହେବ। ତେଣୁ ଜୀବ ସର୍ବଦା ଜଗନ୍ନାଥ ବା ଜଗତ ସ୍ୱରୂପ ପୁରୁଷକୁ ଧ୍ୟାନରେ ସ୍ଥିର ରଖି ବିଶ୍ୱଚେତନାରେ ତନ୍ମୟ ହେଲେ ତାର ଅଜୀବ ସହ ବନ୍ଧନ ମୁକ୍ତ ହୋଇ କୈବଲ୍ୟ ବା ବିଭୁ ଆଶୀଷ ପାଇବ। ତେବେ ଏହି ପ୍ରସଙ୍ଗରେ ଗଜ କ’ଣ ତାହା ହିଁ କରୁଛି। ପ୍ରଶ୍ନ ଆସେ ବିପଦରେ ପଡି ଗଜ ଅସ୍ଥିର ଅଛି। ପୁଣି ଅଛି ଗଭୀର ଜଳରେ ଯେଉଁଠି ଭୟ ଓ ଆଶଙ୍କା ମନକୁ ବ୍ୟାକୁଳିତ କରୁଛି। ଏହା କଣ ଧ୍ୟାନର ଉପଯୁକ୍ତ ସ୍ଥଳ ବା ସମୟ?
ସାଧୁ ସନ୍ଥମlନେ କହିବେ ନା ଏହା ଉପଯୁକ୍ତ ସମୟ ବା ସ୍ଥଳ ନୁହେଁ? କିନ୍ତୁ ଶାସ୍ତ୍ର କହୁଛି — “ତସ୍ମାତ ସର୍ବାତ୍ମନା ରାଜନ ହରିଃ ସର୍ବତ୍ର ସର୍ବଦା, ଶ୍ରୋଚବ୍ୟ କୀର୍ତିତବ୍ୟଶ୍ଚ ସ୍ମତ୍ତ୍ରବ୍ୟ ଭଗବାନ ନୃଣlମ୍ ।”(ଶ୍ରୀମଦ ଭାଗବତ ଗୀତା )
ଏହା ପ୍ରଣାମ କଲା ଯେ କୌଣସି ସ୍ଥାନ କାଳ ପlତ୍ର ବିବେଚନା ନକରି ପ୍ରତ୍ୟେକ ସମୟରେ, ପ୍ରତ୍ୟେକ ଅବସ୍ଥାରେ, ପ୍ରତ୍ୟେକ ସ୍ଥଳରେ ଆମେ ବିନା ଶୁଦ୍ଧ ଶୌଚରେ ଈଶ୍ୱର (ଶ୍ରୀଜଗନ୍ନାଥ )ଙ୍କ ପ୍ରତି ନିଜର ଭକ୍ତି ବ୍ୟକ୍ତ କରିପାରିବା। ଯାହା ଏବେ ଗଜ କରୁଛି, ଆମେ ମଧ୍ୟ ଆରାଧନା କରିବା ।
“ତୁ ପରିପୂର୍ଣ ଯେ ଈଶ୍ୱର,
ସ୍ଵଭାବେ ପ୍ରକୃତି ରୂପର,
ଭକତ କରେ ତୋତେ ବଶ,
ତାର ରକ୍ଷଣେ ତୋ ପ୍ରକାଶ
ଭକତ ହେତୁ ତୋର ତନୁ,
ତେଣୁ ଭକତ ବାକ୍ୟ ମାନୁ। “
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.