ବକ୍ରତୁଣ୍ଡ ମହାକାୟ ସୂର୍ୟକୋଟୀ ସମପ୍ରଭଃ।
ନିର୍ଭିଗ୍ନଂ କୁରୁମେ ଦେଵ ସର୍ବକାର୍ଯ୍ୟେସୁ ସର୍ଵଦା।
Odisha | Sand artist Sudarsan Pattnaik created a sand sculpture of Lord Ganesh with 3,425 sand ladoos with the message " Happy Ganesh Puja" at Puri beach yesterday#GaneshChaturthi pic.twitter.com/vNDbCoCgxF
— ANI (@ANI) August 31, 2022
ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ । ଆଜିଠୁ ଆରମ୍ଭ ହେଉଛି ବିଘ୍ନବିନାଶକ ଶ୍ରୀ ଗଣେଶଙ୍କ ପୂଜା । ଏଥିପାଇଁ ଖାଲି ଓଡ଼ିଶା ନୁହେଁ ସାରା ଭାରତ ଉତ୍ସବମୁଖର ହୋଇଉଠିଛି । ମହାରାଷ୍ଟ୍ରରେ ରାତିରୁ ଗଣେଶଙ୍କ ନିକଟରେ ପୂଜା ଓ ଦର୍ଶନ ଆରମ୍ଭ ହୋଇଛି ।
Ganesh Chaturthi 2022: Journey of Lalbaugcha Raja through the years
Read @ANI Story | https://t.co/fi0ceX7VV5#GaneshChaturthi #LalbaugchaRaja pic.twitter.com/dE9Uw8k73s
— ANI Digital (@ani_digital) August 30, 2022
ଓଡ଼ିଶାର ବିଭିନ୍ନ ପୂଜାମଣ୍ଡପରେ ଆଜିଠୁ ପୂଜା ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ସଜେଇ ହୋଇଛି ବିଭିନ୍ନ ପୂଜାମଣ୍ଡପ । ଦୁଇ ବର୍ଷ ପରେ ଏଥର ପୂଜା ପାଇଁ ସମସ୍ତେ ଅପେକ୍ଷାରେ ରହିଛନ୍ତି । କୋଭିଟ କଟକଣା ହଟିଥିଲେ ମଧ୍ୟ ଚଳିତ ବର୍ଷ କିଛି କଟକଣାରେ ପୂଜା ହେବ । ଶ୍ରୀ ଗଣେଶଙ୍କ ମୂର୍ତ୍ତି ଏଥର 20 ଫୁଟ ରହିବ ବୋଲି ନିୟମ ରହିଛି । ତାରି ଭିତରେ ଗାଁଠୁ ସହର ସବୁଠି ଗଣେଶଙ୍କ ପୂଜା ପାଇଁ ମାହୋଲ ଜମିଲାଣି ।
ଆଜି ବିଘ୍ନବିନାଶକଙ୍କ ପୂଜା ପାଇଁ ଗାଁ ଠୁ ସହର ଏବଂ ସମସ୍ତ ଶିକ୍ଷାନୁଷ୍ଠାନରେ ଉତ୍ସାହ ଲାଗିରହିଛି । ତେବେ ମଣ୍ଡପରେ ପୂଜା ପାଇବାକୁ ଥିବା ମୂର୍ତିର ଉଚ୍ଚତା କୁ ନେଇ ବିବାଦ ଛିଣ୍ଡିନାହିଁ । ମେଢ ସହ ମୂର୍ତିର ଉଚ୍ଚତା ୪୦ ଫୁଟ କରାଯାଇପାରିବ ବୋଲି ନିୟମ କରାଯାଇଥିବା ବେଳେ କେତେ ଏହାକୁ ମାନୁଛନ୍ତି ତାହା ପରେ ଜଣାପଡିବ । ଏହାର ମାନେ ହେଉଛି ଛୋଟ ମୂର୍ତ୍ତି ଏଥର ଅଧିକ ପୂଜା ମଣ୍ଡପରେ ପୂଜା ପାଇବେ ।
ମୂର୍ତି ନିର୍ମାଣରେ ପୋଡା ମାଟି ବ୍ୟବହାର ହେବନି ବୋଲି ଚଳିତ ବର୍ଷ ନିୟମ ରହିଛି । ମୂର୍ତିରେ କୌଣସି ପ୍ରକାର ରାସାୟନିକ ରଙ୍ଗ ବ୍ୟବହାର ହେବ ନାହିଁ । ପ୍ରଶାସନ ଓ ପୌର କତୃପକ୍ଷଙ୍କ ଦ୍ୱାରା ଅସ୍ଥାୟୀ ପୋଖରୀରେ ବିସର୍ଜନ ହେବାକୁ ମଧ୍ୟ ଏଥର ନିୟମ ରହିଛି । ଏଥର ମଧ୍ୟ ଏହି ସବୁ ନିୟମ ଉଲଂଘନ କଲେ ୭ ହଜାର ଟଙ୍କା ଯାଏଁ ଜରିମାନ ଦେବାକୁ ପଡ଼ିବ । ପଂଚାୟତସ୍ତରରେ ଥିବା ପୂଜା କମିଟିକୁ ୩ ହଜାର, ମ୍ୟୁନିସିପାଲିଟି ଓ ଏନ୍ଏସି ଅଂଚଳର ପୂଜା କମିଟିକୁ ୫ ହଜାର ଜରିମାନା ଦେବାକୁ ପଡ଼ିବ ।
Comments are closed.