Latest Odisha News

BREAKING NEWS

କିଏ ହେବେ ବ୍ରିଟେନର ପ୍ରଧାନମନ୍ତ୍ରୀ ? ଆଜି ଆସିବ ଫଇସଲା

ନୂଆଦିଲ୍ଲୀ: ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବେ ? ଋଷି ସୁନକ ନା ଲିଜ୍ ଟ୍ରସ୍ ? କାହାକୁ ବାଛିବେ କଞ୍ଜରଭେଟିଭ୍ ପାର୍ଟିର ନେତା । ଆଜି ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ନେଇ ଫଇସଲା ଆସିବ । ବିବିସି ରିପୋର୍ଟ ଅନୁସାରେ, ବିଦେଶ ମନ୍ତ୍ରୀ ଲିଜ୍ ଟ୍ରସଙ୍କ ପଲ୍ଲା ଭାରି ରହିଛି । ପ୍ରଧାନମନ୍ତ୍ରୀ ବୋରିସ ଜନସନ ଜୁଲାଇ ମାସରେ ଇସ୍ତଫା ନେଇ ଘୋଷଣା କରିବା ପରେ ଦଳର ନେତା ପଦ ପାଇଁ ରେସରେ ଆଗୁଆ ରହିଥିଲେ ଲିଜ୍ ଟ୍ରସ୍ ।

ବ୍ରିଟେନରେ ଦଳ ପକ୍ଷରୁ ପ୍ରଧାନମନ୍ତ୍ରୀ ଦାବିଦାର ନିଷ୍ପତ୍ତି ଦଳର ସଦସ୍ୟଙ୍କ ଭୋଟରେ ସ୍ଥିର ହୁଏ । ଯାହାକି ବ୍ରିଟେନ ଜନସଂଖ୍ୟାର ୧ ପ୍ରତିଶତରୁ ବି କମ୍ । କଞ୍ଜରଭେଟିଭ୍ ଦଳର ସଦସ୍ୟ ଯାହାକୁ ବାଛିବେ ସେ ସସଂଦର ହାଉସ୍ ଅଫ କମନ୍ସରେ ବହୁମତ ପାଇଥିବା ଦଳର ନେତା ଭାବେ ପ୍ରଧାନମନ୍ତ୍ରୀ ହେବେ ।

ଦଳର ସଦସ୍ୟଙ୍କ ସମର୍ଥନ ହାସଲ ପାଇଁ ଋଷି ସୁନକ ଓ ଲିଜ୍ ଟ୍ରସ୍ ଅନେକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଯେଉଁ କାର୍ଯ୍ୟକ୍ରମରେ ଉଭୟ ଆଶାୟୀଙ୍କୁ ସେମାନଙ୍କ ନୀତି ବାବାଦରେ ପ୍ରଶ୍ନ କରାଯାଇଥିଲା । ଯେଉଁଥିରେ କଞ୍ଜରଭେଟିଭ୍ ପାର୍ଟିର ସଦସ୍ୟ ସୁନକ ଓ ଟ୍ରସଙ୍କୁ ପ୍ରଶ୍ନ କରିଥିଲେ ।

କେବେ ଆସିବ ଫଳାଫଳ ?

ଦଳର ନୂଆ ନେତା ଘୋଷଣା ଗ୍ରାହମ ବ୍ର୍ୟାଡି କରିବେ । ସୋମବାର ସ୍ଥାନୀୟ ସମୟ ଦିନ ୧୨ଟା ୩୦ ଅର୍ଥାତ୍ ଭାରତୀୟ ସମୟ ସନ୍ଧ୍ୟା ୫ଟାରେ ନାଁ ଘୋଷଣା ହେବ । ଆଶା କରାଯାଉଛି ନୂଆ ପ୍ରଧାନମନ୍ତ୍ରୀଙ୍କ ନାଁ ଘୋଷଣାର ଦିନକ ପରେ ଏବେ ପ୍ରଧାନମନ୍ତ୍ରୀ ଥିବା ବୋରିସ ଜନସନ ତାଙ୍କ ଇସ୍ତଫା ମହାରାଣୀଙ୍କୁ ଦେଇ ଦେବେ ।

Comments are closed.