Latest Odisha News

BREAKING NEWS

ବିହାର ଗଙ୍ଗାରେ ଡଙ୍ଗା ବୁଡ଼ି ଦଶ ଜଣ ନିଖୋଜ

ଭୁବନେଶ୍ୱର: ବିହାରର ଶାହପୁର ପୋଲିସ ଷ୍ଟେସନ ଅଞ୍ଚଳରେ ଗଙ୍ଗା ନଦୀରେ ଡଙ୍ଗା ବୁଡ଼ି ୧୦ ଜଣ ନିଖୋଜ ହୋଇଯାଇଛନ୍ତି । ଡଙ୍ଗାରେ ପ୍ରାୟ ୫୫ ଜଣ ଯାତ୍ରା କରୁଥିଲେ ବୋଲି ଜଣାପଡ଼ିଛି ।

ଏଏନଆଇ ସୂତ୍ରରୁ ଜଣାପଡ଼ିଛି ଯେ, ଶ୍ରମିକ ମାନେ କାମରୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି ।

ପ୍ରାୟ ୫୫ ଜଣ ଲୋକ ଡଙ୍ଗାରେ ଥିଲେ । ସେ ଭିତରୁ ୧୦ ଜଣ ପାଣିରେ ନିଖୋଜ ଅଛନ୍ତି । ଅନ୍ୟ ସମସ୍ତ ଉଦ୍ଧାର ହୋଇଯାଇଥିବା ବେଳେ ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି ବୋଲି ଦାନାପୁର ଏସଡିଏମ ଏଏନଆଇକୁ କହିଛନ୍ତି।

ସୂଚନାଯୋଗ୍ୟ, ଶାହପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଦୁଇଟି ଡଙ୍ଗା ନିୟୋଜିତ କରିଛି । ଏଥିସହ ଅପରେସନରେ ଏନଡିଆରଏଫ ମଧ୍ୟ ସାମିଲ ହୋଇଛି ।

ନିଖୋଜ ଥିବା ବ୍ୟକ୍ତି ମାନେ ହେଉଛନ୍ତି- ରାମଧର ରାମ (୬୫), କାଞ୍ଚନ ଦେବୀ (୩୫), ଡୋରା ରାମଙ୍କ ଝିଅ (୪୦), ଭୋଲା କୁମାରୀ (୧୨), ଆରତୀ କୁମାରୀ (୧୪), ପୂଜନ ରାୟଙ୍କ ପତ୍ନୀ (୪୫), କୁମ୍କୁମ ଦେବୀ, ବିନୋଦ ରାୟ, ଛୋଟୁ ରାମ, ଏବଂ ମହେଶ ରାମ ।

Leave A Reply

Your email address will not be published.