Latest Odisha News

ଆସାମରେ ବାଂଲାଦେଶୀ ନାଗରିକଙ୍କ କାର୍ଯ୍ୟକଳାପରେ କ୍ଷୁବ୍ଧ ହୋଇ ସ୍ଥାନୀୟ ଲୋକେ ଭାଙ୍ଗିଲେ ମାଦ୍ରାସା

ଗୌହାଟୀ: ଆତଙ୍କବାଦୀ କାର୍ଯ୍ୟକଳାପ ନେଇ ଆସାମରେ ଆଜି ଭଙ୍ଗାଯାଇଛି ୪ର୍ଥ ମାଦ୍ରାସା । ପୂର୍ବରୁ ୩ଟି ସରକାରୀ ଅଧିକାରୀଙ୍କ ଦ୍ୱାରା ଭଙ୍ଗା ଯାଇଥିବା ବେଳେ ଆଜି ସ୍ଥାନୀୟ ଲୋକ ଏହି ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି । ୨ଜଣ ବାଂଲାଦେଶୀ ନାଗରିକ ଗୋଲପଡାରେ ଥିବା ମାଦ୍ରାସାକୁ ବ୍ୟବହାର କରୁଥିଲେ । ସେମାନଙ୍କ କାର୍ଯ୍ୟକଳାପରେ କ୍ଷୁବ୍ଧ ହୋଇ ସ୍ଥାନୀୟ ନାଗରିକ ଏହାକୁ ଭାଙ୍ଗି ଦେଇଛନ୍ତି । ଅନିମୁଲ ଇସଲାମ ଓ ଜାହାଙ୍ଗୀର ଆଲାମ ଅଲକାଏଦା ଦ୍ୱାରା ପରିଚାଳିତ ଏକ ସଂଗଠନର ସଦସ୍ୟ ଥିଲେ ।

୨୦୨୦ରୁ ସେମାନେ ପିଲାମାନଙ୍କୁ ପଢ଼ାଇବା ଆଳରେ ଆତଙ୍କବାଦୀ କାର୍ଯ୍ୟକଳାପ ନେଇ ତାଲିମ ଦେଉଥିଲେ । ଆସାମରେ ସାଧାରଣ ଜନତା ଏଥିପ୍ରତି ସତର୍କ ହେବା ନେଇ ପୋଲିସ ଏବଂ ସରକାରଙ୍କ ପକ୍ଷରୁ ସ୍ୱାଗତ କରାଯାଇଛି । ଏହି ମାଦ୍ରାସାର ମ୍ୟୁ ମୌଲବୀ ଶେଖ ନାକମ ଥିଲେ । ସେ ଉପରୋକ୍ତ ୨ ବ୍ୟକ୍ତିଙ୍କୁ ଏଥିରେ ସାମିଲ କରାଇଥିଲେ ।

Comments are closed.