Latest Odisha News

ଭୁବନେଶ୍ୱରରେ ଜୀବନଯାତ୍ରା ଠପ୍‌ ନେଇ ପ୍ରଶ୍ନ ଉଠାଇଲା ବିଜେପି

ଭୁବନେଶ୍ୱର : ରାଜଧାନୀରେ ଆଜି ଟ୍ରାଫିକ ଜାମକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି ।  କମିଶନରେଟ୍ ପୋଲିସ ହାତଟେକି ଦେଇଥିବା କାରଣରୁ ଆଜି ଭୁବନେଶ୍ୱରରେ ସାଧାରଣ ଜୀବନଯାତ୍ରା ବ୍ୟାହାତ ଘଟିଛି ବୋଲି ବିଜେପି ଗଣମାଧ୍ୟମ ମୁଖ୍ୟ  ଦିଲୀପ ମଲ୍ଲିକ  ଅଭିଯୋଗ ଆଣିଛନ୍ତି ।

ଶ୍ରୀ ମଲ୍ଲିକ କହିଛନ୍ତି ଯେ ପୋଲିସର ଦାୟିତ୍ବହୀନତା କାରଣରୁ କ୍ୟାପିଟାଲ ହସ୍ପିଟାଲକୁ ଆମ୍ବୁଲାନ୍ସ ଏବଂ ରୋଗୀ ଯିବା ଆସିବାରେ କଷ୍ଟ ଭୋଗିଛନ୍ତି। ଟ୍ରାଫିକ ବ୍ୟବସ୍ଥାର ବିଫଳତା କାରଣରୁ ବିମାନ ଯାତ୍ରୀମାନେ ଆହୁରି ନୟାନ୍ତ ହୋଇଛନ୍ତି ।   କମିଶନରେଟ୍ ପୋଲିସ ଏବଂ ପ୍ରଶାସନର ଏଭଳି  ଭୂମିକାକୁ ନେଇ ଆଶ୍ଚର୍ଯ୍ୟ ଲାଗୁଥିବା ସେ କହିଛନ୍ତି । ଜନସାଧାରଣଙ୍କୁ ପଛରେ ପକାଇ ଶାସକ ବିଜେଡି ପ୍ରତି ପୋଲିସର ଏତେ ପକ୍ଷପାତିତା କାହିଁକି? ପୋଲିସର ନିରପେକ୍ଷତା କୁଆଡେ ଗଲା ବୋଲି ରାଜ୍ୟ ଗଣମାଧ୍ୟମ ମୁଖ୍ୟ  ଦିଲୀପ ମଲ୍ଲିକ ପ୍ରଶ୍ନ କରିଛନ୍ତି ।

ଅତୀତରେ ଏହି ରାଜଧାନୀରେ ଅନ୍ୟ ରାଜନୈତିକ ଦଳ ହେଉ ଅବା କୌଣସି ଅନ୍ୟ ସଙ୍ଗଠନର କାର୍ଯ୍ୟକ୍ରମ ବା ସମାବେଶ ସମୟରେ ଭୁବନେଶ୍ୱରକୁ ବିଭିନ୍ନ ଆଡୁ ଆସୁଥିବା ଛୋଟ ବଡ ଗାଡି ଓ ବସ୍ ଗୁଡିକୁ ସହର ବାହାରକୁ ପଶିବାକୁ ନଦେଇ ଅଧାରାସ୍ତାରେ ଅଟକାଇ ଦେଇଥାନ୍ତି କମିଶନରେଟ୍ ପୋଲିସ । ତେବେ ଆଜି ସହର ଭିତରେ ରାଜମହଲ, ମାଷ୍ଟର କାଂଟିନ, କଳ୍ପନା, ୧୨୦ବାଟାଲିୟନ, ରାମ ମନ୍ଦିର ଭଳି  ସମସ୍ତ ଟ୍ରାଫିକ ଛକ ମାନଙ୍କରେ ବିଜେଡି ପତାକା ଥିବା ଛୋଟ ବଡ ଗାଡି ଓ ବସ୍ ଗୁଡିକୁ ପୋଲିସ ଛିଡା ହୋଇ ଆଗ ଟ୍ରାଫିକ କ୍ଲିୟରାନ୍ସ ଦେଉଥଲେ । ରାଜଧାନୀ ଭୁବନେଶ୍ୱରରେ ଅନ୍ୟ ଦିନମାନଙ୍କରେ ବିନା ହେଲମେଟ ମୋଟରସାଇକେଲମାନଙ୍କୁ ୫୦୦ ରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଫାଇନ କାଟୁଥିବା ବେଳେ ଆଜି କାହିଁକି ଚୁପ୍ ରହିଥିଲା ପୋଲିସ  ବୋଲି ସେ ପ୍ରଶ୍ନ କରିଛନ୍ତି ।

ଆଜି ପୋଲିସର ଅଭାବନୀୟ ଆଚରଣ ଅତ୍ୟନ୍ତ ଚିନ୍ତାଜନକ ଓ ଦୁର୍ଭାଗ୍ୟଜନକ ଥିଲା ବୋଲି କହିଛନ୍ତି ଶ୍ରୀ ମଲ୍ଲିକ । ପୋଲିସର ଶାସକ ଦଳ ପାଇଁ ଗୋଟିଏ ଆଇନ ବ୍ୟବସ୍ଥା ଅନ୍ୟମାନଙ୍କ ପାଇଁ ଆଉ ଗୋଟିଏ ପ୍ରକାର ଆଇନ ବ୍ୟବସ୍ଥା  କରୁଛି ଓଡ଼ିଶା ପୋଲିସ । ଓଡ଼ିଶା ପୋଲିସ ଟ୍ରାଫିକ ଆଇନରେ ଏପରି  ରହିଛି କି ବୋଲି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ପ୍ରଶ୍ନ କରିବା ସହ ରାଜ୍ୟବାସୀଙ୍କ ଆଗରେ ଜବାବ ରଖିବା ସହ କ୍ଷମା ମାଗନ୍ତୁ ଡିଜି ମହାଶୟ ବୋଲି ଶ୍ରୀ ମଲ୍ଲିକ ଦାବି କରିଛନ୍ତି ।

Comments are closed.