Latest Odisha News

କଙ୍ଗନାଙ୍କ ତେଜସ ଫିଲ୍ମର ରିଲିଜ ଡେଟ ଘୁଂଚିଲା

ମୁମ୍ବାଇ: ବଲିଉଡର କୁଇନ କଙ୍ଗନା ରାନାୱତଙ୍କ ଆଗାମୀ ଫିଲ୍ମ ତେଜସର ରିଲିଜ ଡେଟ ଘୁଂଚାଇ ଦିଆଯାଇଛି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଅକ୍ଟୋବର ବଦଳରେ ଏବେ ତେଜସ ଜାନୁୟାରୀ ୨୦୨୩ରେ ରିଲିଜ ହେବ ବୋଲି ସ୍ଥିର ହୋଇଛି । ଅବଶ୍ୟ ଏ ନେଇ ମେକର୍ସଙ୍କ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ତାରିଖ ଘୋଷଣା କରାଯାଇ ନାହିଁ । ଭିଏଫଏକ୍ସର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ଏହାକୁ ଅକ୍ଟୋବରରେ ରିଲିଜ କରିବା ସମ୍ଭବପର ହେବ ନାହିଁ । ଡିସେମ୍ବର ୨୦୨୨ କିମ୍ବା ଜାନୁୟାରୀ ୨୦୨୩ରେ ଏହା ରିଲିଜ ହେବ । ସର୍ବେଶ ମେୱାଡା ଦ୍ୱାରା ଲିଖିତ ଏବଂ ନିର୍ଦ୍ଦେଶିତ ଏହି ଫିଲ୍ମରେ ବାୟୁସେନାର ଏକ ସାହାସୀ ମହିଳା ପାଇଲଟଙ୍କ ଜୀବନୀ ଉପରେ ଆଧାରିତ ।

ଉରି ଦି ସର୍ଜିକାଲ ଷ୍ଟ୍ରାଇକ ପରେ ଭାରତୀୟ ସେନାର ଶୌର୍ଯ୍ୟ ଦର୍ଶାଉଥିବା ଏହା ଆଉ ଏକ ଫିଲ୍ମ ହେବ । ଏହି ଫିଲ୍ମର ସଫଳତା ନେଇ କଙ୍ଗନା ବେଶ ଆଶାୟୀ ଅଛନ୍ତି । କଙ୍ଗନାଙ୍କ ଧାକଡ ଫିଲ୍ମ ବକ୍ସ ଅଫିସରେ ଧରାଶୟୀ ହେବା ପରେ ସେ ଏହା ଉପରେ ସମସ୍ତ ଆଶା ରଖିଛନ୍ତି । ବଲିଉଡରେ କ୍ରମାଗତ ଭାବେ ଫିଲ୍ମ ଫ୍ଲପ ହେଉଥିବାରୁ ମେକର୍ସମାନେ ଭାବିଚିନ୍ତି ପଦକ୍ଷେପ ନେଉଛନ୍ତି ।

Comments are closed.