ଓଡ଼ିଶା ସମ୍ବାଦ ବ୍ୟୁରୋ: ବ୍ରିଟେନର ରାଣୀ ଏଲିଜାବେଥ ଦ୍ବିତୀୟଙ୍କର ୯୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ଏଥି ସହିତ ଗୋଟିଏ ଯୁଗର ଶେଷ ହୋଇଛି। ତାଙ୍କ ମୃତ୍ୟୁ ସମଗ୍ର ବିଶ୍ୱକୁ ଚକିତ କରି ଦେଇଛି। ଏଲିଜାବେଥ ଦୀର୍ଘ ସମୟ ଧରି ବ୍ରିଟେନର ରାଣୀ ଥିଲେ। ରାଣୀଙ୍କ ମୃତ୍ୟୁ ପରେ ଉତ୍ତରାଧିକାରୀ ବା ବିଟ୍ରେନର ପରବର୍ତ୍ତୀ ରାଜା ହୋଇଛନ୍ତି ଚାର୍ଲସ (୭୩)। ଏବେ କାହାକୁ ମିଳିବ ବ୍ରିଟିଶ ରାଜ ମୁକୁଟ, ସେନେଇ ଚାଲିଛି ଚର୍ଚ୍ଚା।
ଦୀର୍ଘ ବର୍ଷ ହେଲା ବ୍ରଟିଶ ରାଜଗାଦୀର ଅଧିଷ୍ଠାତ୍ରୀ ଥିବା ଏଲିଜାବେଥ ୭୦ ବର୍ଷର ଶାସନ କାଳରେ ବ୍ରିଟେନ ରାଜତନ୍ତ୍ରର ଅନେକ ଉତ୍ଥାନ-ପତନ ଦେଖିଛନ୍ତି। ବ୍ରିଟେନ ପାଇଁ କୋହିନୁର ହୀରା ଖଚିତ ମୁକୁଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଚର୍ତୁଦଶ ଶତାବ୍ଦୀରେ ଭାରତରେ କୋହିନୁର ହୀରା ମିଳିଥିଲା। ବହୁ ଶତାବ୍ଦୀ ଭିତରେ ତାହା ଅନେକଙ୍କ ହାତକୁ ଯାଇଥିଲା। ପରେ ୧୮୪୯ରେ ହୀରାଟି ରାଣୀ ଭିକ୍ଟୋରିଆଙ୍କ ପାଖରେ ପହଞ୍ଚିଥିଲା। ସେବେଠାରୁ ତାହା ବ୍ରିଟିଶ ରାଜ ମୁକୁଟରେ ସ୍ଥାନ ପାଇଆସୁଛି। କିନ୍ତୁ ଏହା ଭାରତ ସମେତ ଅତି କମରେ ଚାରୋଟି ଦେଶ ମଧ୍ୟରେ ଐତିହାସିକ ମାଲିକାନା ବିବାଦର ବିଷୟ ପାଲଟିଛି।
ପରବର୍ତ୍ତୀ ରାଜା ଚାର୍ଲସଙ୍କ ନାମ ଘୋ।ଷଣା ପରେ ତାଙ୍କ ପତ୍ନୀ କାମିଲାଙ୍କୁ ଏଲିଜାବେଥ୍ ରାଣୀ ଘୋଷଣା କରିଥିଲେ। ଏବେ ତାଙ୍କ ପାଖକୁ ଆସିବ ପ୍ରସିଦ୍ଧ କୋହିନୁର ହୀରା ଖଚିତ ମୁକୁଟ। ଏହି କୋହିନୁର ହେଉଛି ୧୦୫.୬ କ୍ୟାରେଟର ହୀରା। ଚାର୍ଲସ୍ ଯେତେବେଳେ ରାଜା ହେବେ ସେହିଦିନ କାମିଲା ରାଣୀଙ୍କ ମୁକୁଟ ପିନ୍ଧିବେ।
BREAKING NEWS
- ପୀତବାସ ପଣ୍ଡା ହତ୍ୟା ମାମଲା: ସାକ୍ଷୀଙ୍କୁ ଧମକାଇବା ଅଭିଯୋଗ, ଥାନାରେ ହାଜର ହେଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା
- ଅଧିକ ସୁରକ୍ଷିତ ଓ ସୁଦୃଢ଼ ଭିତ୍ତିଭୂମି ନିର୍ମାଣ ପାଇଁ ଅଗ୍ନି ପ୍ରତିରୋଧୀ ଷ୍ଟ୍ରକ୍ଚରାଲ୍ ଷ୍ଟିଲ୍ ବିକଶିତ କଲା ଟାଟା ଷ୍ଟିଲ୍
- ସୌମ୍ୟରଞ୍ଜନ ହତ୍ୟା ମାମଲା: DGP କହିଲେ, ସମ୍ପୂର୍ଣ୍ଣ ସତ୍ୟ ସାମ୍ନାକୁ ଆସିବା ପର୍ଯ୍ୟନ୍ତ ଜାରି ରହିବ ତଦନ୍ତ
- ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି; ବିରୋଧୀଙ୍କ ପ୍ରତିବାଦରେ ସାମିଲ ବିଜେଡି
- ଆସନ୍ତା ୩ ଦିନ ଯାଏଁ ଭିଜିବ ଓଡ଼ିଶା; ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- ନିର୍ବାଚନକୁ ନେଇ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା, ୯ ଅଟକ
- ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ; ଅରବିନ୍ଦ ମହାନ୍ତିଙ୍କୁ ଗିରଫ କଲା ଭିଜିଲାନ୍ସ
- SIR ବିରୋଧରେ ଦିଲ୍ଲୀରେ ବିରୋଧୀଙ୍କ ବଡ଼ ମାର୍ଚ୍ଚ; ରାହୁଲ-ପ୍ରିୟଙ୍କାଙ୍କ ସମେତ ଅନେକ ନେତା ଅଟକ, CECଙ୍କ ଇସ୍ତଫା ଦାବି
- ନାଇଜେରିଆରେ ବିମାନ ଦୁର୍ଘଟଣାଗ୍ରସ୍ତ, ଚାଲିଗଲା ୩୨ ଜୀବନ
- Asian Games 2026: ଝିଅ ଦେଖାଇଲେ ଦମ୍…୮୫ ପଦକ ପରେ ବି ଭାରତ ଆଗରେ ବଡ଼ ଚ୍ୟାଲେଞ୍ଜ! ପୂର୍ବ ଅପେକ୍ଷା କମିଲା ସଂଖ୍ୟା, ‘ସ୍ୱର୍ଣ୍ଣ’ରେ କାହିଁକି ପଛରେ ପଡ଼ିଲା ଭାରତ?

Comments are closed.