ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୭୯
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଦକ୍ଷିଣ ଘରେ ବିରାଜିତ ଚଳନ୍ତି ପ୍ରତିମାମାନଙ୍କ ମଧ୍ୟରେ ଶ୍ରୀ ମଦନମୋହନ ଓ ଶ୍ରୀରାମକୃଷ୍ଣଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ। ମହାପ୍ରଭୁଙ୍କ ବିଭିନ୍ନ ଯାନିଯାତ୍ରା ସମୟରେ ଯାତ୍ରାର ପ୍ରମୁଖ ଭୂମିକା ଥାଏ । ଶ୍ରୀମଦନମୋହନ ଓ ରାମକୃଷ୍ଣଙ୍କର । ମୁଖ୍ୟ ଯାତ୍ରା ଶ୍ରୀଗୁଣ୍ଡିଚାରେ ଶ୍ରୀବିଗ୍ରହମାନେ ରଥରେ ବିଜେ କରିବା ପରେ ଶ୍ରୀରାମକୃଷ୍ଣ ବଲଭଦ୍ରଙ୍କ ସହ ଓ ଶ୍ରୀମଦନମୋହନ ଜଗନ୍ନାଥଙ୍କ ସହ ଅବସ୍ଥାନ କରନ୍ତି। କିନ୍ତୁ ବାହୁଡା଼ପରେ ନୀଳାଦ୍ରି ବିଜେ ଦିନ ପ୍ରଥମେ ଚଳନ୍ତି ବିଗ୍ରହ ରଥରୁ ଫେରି ଆସନ୍ତି। ତାପରେ ପହଣ୍ଡି ବିଜେ ଆରମ୍ଭ ହୁଏ। ସ୍ନାନ ପୁର୍ଣିମାରେ ମଧ୍ୟ ଶ୍ରୀମଦନମୋହନ ଓ ରାମକୃଷ୍ଣ ସ୍ନାନ ମଣ୍ଡପରେ ବିଜେ କରନ୍ତି। ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କlଳରେ ଶ୍ରୀମଦନମୋହନ ଆଷାଢ଼ ଶୁକ୍ଳ ସପ୍ତମୀଠାରୁ ନବମୀ ପର୍ଯ୍ୟନ୍ତ ଜଗମୋହନ ସିଂହାସନରେ ବିଜେ ହୋଇ ରାହାସଲୀଳାର ମୂଖ୍ୟ ନାୟକ ସାଜିଥାନ୍ତି । ମକର ସଂକ୍ରାନ୍ତି ପୂର୍ବ ଦିନ “ନବାଙ୍କ “ନୀତିରେ ରାତ୍ରି ବଡ଼ସିଂହାର ବେଶ ପରେ ପ୍ରଭୁଙ୍କଠାରୁ ଆଜ୍ଞା ମାଳ ପ୍ରାପ୍ତ ହୋଇ ଶ୍ରୀମଦନମୋହନ ରତ୍ନ ସିଂହାସନକୁ ସାଢେ ଚାରି ଘେରା ଓ ଶ୍ରୀମନ୍ଦିରଙ୍କୁ ମଧ୍ୟ ସାଢେ ଚାରି ଘେରା ପ୍ରଦକ୍ଷିଣ କରନ୍ତି। ଶ୍ରlବଣ ମାସ ଶୁକ୍ଳ ଦଶମୀରୁ ଏକ ସପ୍ତାହ ପର୍ଯ୍ୟନ୍ତ ଆୟୋଜିତ ପ୍ରସିଦ୍ଧ ଝୁଲ୍ଲଣ ଯାତ୍ରାରେ ଶ୍ରୀମଦନମୋହନଙ୍କ ସହ ଶ୍ରୀଦେବୀ ଓ ଭୁଦେବୀ ଝୁଲ୍ଲଣରେ ଭାଗ ନେଇଥାନ୍ତି। ସେହିପରି ଜ୍ୟେଷ୍ଠ ଶୁକ୍ଳ ଦଶମୀରେ ଶ୍ରୀକୃଷ୍ଣ ରୂପରେ ଶ୍ରୀମଦନ ମୋହନଙ୍କ ରାଜଅଭିଷେକ କରାଯାଏ। ଏଥିରେ କ୍ରଥ ଓ କୌଶିକରୂପୀ ଦୁଇ ସେବକ ମନ୍ତ୍ର ଉଚ୍ଚାରଣ କରି ଗାଇ ଉଠନ୍ତି।
ଉପେନ୍ଦ୍ର ସ୍ତଂ ମହାବାହୋ ଦେବେନ୍ଦ୍ରଣl ଭିସିକ୍ତବାନ, ଅବମିହହି ରାଜ୍ୟେତ୍ୱାମଭିଷିକ୍ତଂ ଦଦାମିତେ (ହରିବଂଶ )। ଏହି କାର୍ଯ୍ୟକ୍ରମଟି ରତ୍ନସିଂହାସନ ଉପରେ ଅନୁଷ୍ଠିତ ହୁଏ । ଏହା ପରେ ଏକାଦଶୀ ଦିନ ରୁକ୍ମିଣୀ ହରଣ ମଧ୍ୟ ଶ୍ରୀମଦନମୋହନଙ୍କ ଦ୍ୱାରା ସମ୍ପାଦିତ ହୁଏ। ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ବିଷୟରେ ଆଗାମୀ ଅଧ୍ୟାୟରେ ଜାଣିବା ଏବେ କରିବା ଆରାଧନା ଓ ଭାଗବତ ପଠନର ସମୟ ।
“ମନ ଯେ ତ୍ରିଗୁଣ ସୃଜଇ
ତ୍ରିଗୁଣେ କର୍ମ ସଂଚରଇ ।
କର୍ମେ ତ୍ରିଲୋକେ ଦେହ ପାଇ
ତ୍ରିଯ୍ୟକ ନର ଦେବ ହୋଇ ।
ଏଣୁ ମନର ଏ ସଂସାର
ସଂସାରୁ ବିଲଗ ଈଶ୍ୱର ।”
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.