ଭୋପାଳ: ଆଉ ବସ୍ କି ଟ୍ରେନ୍ ନୁହେଁ, ଏଣିକି ବିମାନରେ ବୟସ୍କଙ୍କୁ ତୀର୍ଥ ଯାତ୍ରାରେ ପଠାଇବେ ସରକାର । ଆଜ୍ଞା ହଁ ଏମିତି ନିଷ୍ପତ୍ତି ନେଇଛନ୍ତି ମଧ୍ୟପ୍ରଦେଶ ସରକାର । ୭୫ ବର୍ଷରୁ ଅଧିକ ବୟସ୍କଙ୍କୁ ସରକାର ବିମାନରେ ତୀର୍ଥ ଯାତ୍ରା ଲାଗି ପଠାଇବାକୁ ଯୋଜନା କରିଛନ୍ତି । ବିମାନରେ ସରକାର ବୟସ୍କଙ୍କୁ ତିରୁପତି ବାଲାଜୀ, ରାମେଶ୍ୱରମ୍ ଓ ଅଯୋଧ୍ୟା ବୁଲାଇବେ ।
ମଧ୍ୟପ୍ରଦେଶର ପର୍ଯ୍ୟଟନ ଏବଂ ସଂସ୍କୃତି ମନ୍ତ୍ରୀ ଉଷା ଠାକୁର ଏନେଇ ସୂଚନା ଦେଇଛନ୍ତି । ୨୦୨୩ ଜାନୁଆରୀରୁ ସରକାର ବୟସଙ୍କୁ ବିମାନରେ ତୀର୍ଥ ସ୍ଥାନ ବୁଲାଇବା ଆରମ୍ଭ କରିବେ । ଟ୍ରେନ୍ ଓ ବସରେ ଦୀର୍ଘ ଓ କଷ୍ଟଦାୟକ ଯାତ୍ରାରୁ ବୟସ୍କଙ୍କୁ ମୁକ୍ତି ସହ ବିମାନ ଯାତ୍ରା ସମୟ ବଞ୍ଚାଇବ । ଏଭଳି ଯୋଜନାକୁ ନେଇ ମଧ୍ୟପ୍ରଦେଶ ସରକାର କାମ ଆରମ୍ଭ କରିଛନ୍ତି । ଏଥିପାଇଁ ଶୀଘ୍ର ହିଁ ପଞ୍ଜିକରଣ ଆରମ୍ଭ ହେବ ।
Comments are closed.