Latest Odisha News

BREAKING NEWS

ପ୍ରଥମ ଭାରତୀୟ ଭାବେ ଡାଇମଣ୍ଡ ଟ୍ରଫି ଟାଇଟଲ ଜିତିଲେ ନୀରଜ

ନୂଆଦିଲ୍ଲୀ: ଜାଭେଲିୟନ ଥ୍ରୋୟର ନୀରଜ ଚୋପ୍ରା ପୁନର୍ବାର ଭାରତକୁ ବିଶ୍ୱ କ୍ରୀଡା ଦରବାରରେ ଗୌରବାନ୍ୱିତ କରିଛନ୍ତି । ଜ୍ୟୁରିକରେ ଅନୁଷ୍ଠିତ ଡାଇମଣ୍ଡ ଟ୍ରଫିରେ ନୀରଜ ଚୋପ୍ରା ପ୍ରଥମ ଭାରତୀୟ ଭାବେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଚେକ ରିପବ୍ଲିକର ଜାକୋବ ଭାଡଲେଚୋଙ୍କ ୫ମ ପ୍ରାୟସ ୮୬.୯୪ ମିଟରକୁ ମାତ ଦେଇ ନୀରଜ କୀର୍ତିମାନ ସ୍ଥାପନ କରିଛନ୍ତି । ନୀରଜ ୮୮.୪୪ ମିଟର ଦୂରତାକୁ ଜାଭେଲିନ ଥ୍ରୋ କରିଥିଲେ । ତାଙ୍କର ପ୍ରଥମ ଥ୍ରୋ ଖରାପ ଥିବା ବେଳେ ଦ୍ୱିତ ଥ୍ରୋ ୮୮.୪, ତୃତୀୟ ଥ୍ରୋ ୮୮, ଚତୁର୍ଥ ୮୬.୧୧, ପଂଚମ ୮୬.୧୧ ଓ ଷଷ୍ଠ ତଥା ଫାଇନାଲ ଥ୍ରୋ ୮୩.୦୬ ମିଟର ରହିଥିଲା । ଭାଡଲେଚୋ ରୌପ୍ୟ ଏବଂ ଜର୍ମାନୀର ଜୁଲିଆନ ୱେବର ୮୩.୭୩ ମିଟର ସହ ବ୍ରୋଞ୍ଜ ପଦକ ହାସଲ କରିଥିଲେ ।

ବିଭିନ୍ନ ମହଲରୁ ତାଙ୍କ ପ୍ରତି ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି । ବିଶ୍ୱ ଚାମ୍ପିୟନଶିପ ପରେ ଆଘାତ ସମସ୍ୟା ଯୋଗୁ ନୀରଜ ରାଜ୍ୟଗୋଷ୍ଠୀ କ୍ରୀଡାର ଓହରି ଯାଇଥିଲେ । ସୁସ୍ଥ ହେବା ପରେ ସେ ଜୋରଦାର ଅଭ୍ୟାସ କରି ଡାଇମଣ୍ଡ ଟ୍ରଫିରେ ଅବିସ୍ମରଣୀୟ ପ୍ରଦର୍ଶନ କରିଥିଲେ । ପୂର୍ବରୁ ସେ ଲୋଜାନ ଡାଇମଣ୍ଡ ଲିଗ ଓ ଅଲିମ୍ପିକ୍ସରେ ମଧ୍ୟ ସ୍ୱର୍ଣ୍ଣ ପଦକ ହାସଲ କରି ସାରିଛନ୍ତି ।

Leave A Reply

Your email address will not be published.