ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଆଭା କହିଛନ୍ତି ଯେ ୨୦୨୨ର ଆର୍ଥିକ ବର୍ଷ ତୁଳନାରେ ୨୦୨୩ରେ ଅଧିକ ଖରାପ ହୋଇପାରେ। ମୁଦ୍ରାସ୍ଫୀତି ଯଦି ବଢ଼ିବ ତାହେଲେ ପରିସ୍ଥିତି ଆହୁରି ଖରାପ ହୋଇପାରେ ବୋଲି ସେ ଆଶଙ୍କା କରିଛନ୍ତି। ଯଦିଓ ଭାରତର ଅଭିବୃଦ୍ଧି ହାରରେ ବୃଦ୍ଧି ରହିଛି ହେଲେ ମାନ୍ଦାବସ୍ଥା ବିଶ୍ୱର ବିକାଶଶୀଳ ଏବଂ ବିକଶିତ ଦେଶକୁ ପ୍ରଭାବିତ କରିପାରିବାର କ୍ଷମତା ରଖଛି। ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାରରେ ଜର୍ଜିଆଭା ଏହା କହିଛନ୍ତି।
ଆଇଏମ୍ଏଫ୍ ମୁଖ୍ୟ କ୍ରିଷ୍ଟାଲିନା ଜର୍ଜିଆଭା (ସିଏନବିସି-ଟିବି୧୮)କୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ ବିଶ୍ବର ମୁଦ୍ରାସ୍ଫୀତି ଯେଉଁଭଳି ଆଶା କରାଯାଉଛି ତାଠାରୁ ଅଧିକ ଖରାପ ହୋଇପାରେ। ବିଶ୍ୱ ଏବେ ବିମୁଦ୍ରାକରଣ ଆଡକୁ ଗତି କରୁଛି କି ନାହିଁ ପ୍ରଶ୍ନ ଉପରେ ଆଇଏମ୍ଏଫ୍ ମୁଖ୍ୟ କହିଛନ୍ତି ଯେ , କରୋନା ମହାମାରୀର ପରିଣାମ, ଋଷ-ୟୁକ୍ରେନ ଯୁଦ୍ଧ ପରେ ମୁଦ୍ରାସ୍ଫୀତିର ପରିଣାମ ଆକଳନ ଅନୁସାରେ ଆସିବା ସମ୍ବାବନା କମ୍। ତେଣୁ ଆଗକୁ ମୁଦ୍ରାସ୍ପୀତି ଆହୁରି ଖରାପ ହୋଇପାରେ।
ସେ କହିଛନ୍ତି ଯେ ଆମେରିକାର ଫେଡେରାଲ ରିଜର୍ଭ କ୍ରମାଗତ ଭାବରେ ସୁଧ ହାର ବୃଦ୍ଧି କରୁଛି ଏବଂ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି। ଜର୍ଜିଆଭା କହିଛନ୍ତି ଯେ ବିଶ୍ୱର ସମସ୍ତ କେନ୍ଦ୍ରୀୟ ବ୍ୟାଙ୍କ ଆମେରିକାର ଫେଡେରାଲ ରିଜର୍ଭ ବ୍ୟାଙ୍କର ନୀତି ଅନୁସରଣ କରୁଛନ୍ତି।
ଆଇଏମ୍ଏଫ୍ ମୁଖ୍ୟ କହିଛନ୍ତି ଯେ ଚଳିତ ବର୍ଷ ତୁଳନାରେ ଅର୍ଥନୀତିକ ଦୃଷ୍ଟିରୁ ୨୦୨୩ କେତେ ଚ୍ୟାଲେଞ୍ଜ ହେବ ତାହା କହିବା ଏବେ କଷ୍ଟକର । କିନ୍ତୁ ଏହା ନିଶ୍ଚିତ ଭାବରେ ଆକଳନ କରାଯାଇପାରେ ଯେ ଆସନ୍ତା ବର୍ଷ ଆର୍ଥିକ ଦୃଷ୍ଟିକୋଣରୁ ଚ୍ୟାଲେଞ୍ଜ ରହିବ।
ଆଇଏମ୍ଏଫ୍ ମୁଖ୍ୟ କହିଛନ୍ତି, କରୋନା ମହାମାରୀ ବିଶ୍ୱର ଅନେକ ଦେଶର ସ୍ଥିତି ବିଗାଡି ଦେଇଛି। ଟିକା ପରେ ବି ଚୀନ ସମେତ ୟୁରୋପର ଅନେକ ଦେଶରେ କରୋନା ମହାମାରୀର ପ୍ରକୋପ ବିଭିନ୍ନ ସମୟରେ ଦେଖିବାକୁ ମିଳିଛି। ଏହାଦ୍ୱାରା ବ୍ୟବସାୟୀଙ୍କ ଠାରୁ ସାଧାରଣ ଲୋକେ ପ୍ରଭାବିତ ହେଉଛନ୍ତି। ସେହିପରି ୟୁକ୍ରେନ ଏବଂଋଷ ମଧ୍ୟରେ ଚାଲିଥିବା ଯୁଦ୍ଧ ବିଶ୍ୱକୁ ପ୍ରଭାବିତ କରିଛି।
ୟୁରୋପୀୟ ଦେଶମାନେ ଋଷ ଉପରେ ପ୍ରତିବନ୍ଧକ ଲଗାଇବା ପରେ ପରିସ୍ଥିତି ଆହୁରି ଖରାପ ହୋଇଛି। ଜର୍ଜିଭ୍ କହିଛନ୍ତି ଯେ ଆସନ୍ତା ୨୦୨୩ରେ ଏହି ସମସ୍ତ ଗୁରୁତ୍ୱପୂର୍ଣ୍ଣ ବିକାଶର ପ୍ରଭାବ ଅଧିକ ହୋଇପାରେ।
Comments are closed.