Latest Odisha News

BREAKING NEWS

ଜୁଏଲଙ୍କ ମୁହଁରେ ଶାହ ଦେଇଥିବା ନାରା: ବଡ଼ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି ବିଜେପି

ପୁରୀ: ୨୦୨୪ରେ ବିଜେଡିକୁ ଟକ୍କର ଦେବ ବିଜେପି । ଏଥିପାଇଁ ପୁରୀଠାରେ ବିଜେପିର ତିନି ଦିନିଆ ପ୍ରଶିକ୍ଷଣ ଶିବିର ଚାଲିଛି। ଗତ ସପ୍ତାହରେ କ୍ଷେତ୍ରୀୟ ସୁନୀଶ ବଂଶଲ ଗସ୍ତ ପରେ ଏବଂ ମାସ ଶେଷରେ ବିଜେପି ସଭାପତି ଜେ.ପି ନଡ୍ଡା ଆସିବା ପୂର୍ବରୁ ଏହି ବୈଠକ ବସିଛି। ପ୍ରଥମ ଦିନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଜୁଏଲ ଓରାମ କହିଛନ୍ତି, ଆମେ ବିଜେଡିକୁ ସମୁଦ୍ର ଭିତରକୁ ପେଲି ଦେବୁ । ୨୦୨୪ ସାଧାରଣ ନିର୍ବାଚନ ପାଇଁ ପାଖାପାଖି ୨୦ ମାସ ସମୟ ରହିଛି। ହେଲେ ଏହା ପୂର୍ବରୁ ରାଜ୍ୟ ବିଜେପିର ଜଣଙ୍କ ପରେ ଜଣେ ସାଂସଦ ଟାର୍ଗେଟ କରିବା ରାଜନୈତିକ ମାହୋଲକୁ ଗରମ କରିଛି। ଯଦିଓ ଓରାମଙ୍କ ବୟାନ ବିଜେପି ସମର୍ଥକ ଏବଂ କର୍ମୀଙ୍କୁ ଉତ୍ସାହିତ କରିଛି ହେଲେ ବିଜେଡି ଅତ୍ୟନ୍ତ ହାଲୁକା ଭାବେ ଗ୍ରହଣ କରିଛି।

ସାଂସଦ ଓରାମ ଗଣମାଧ୍ଯମକୁ ପ୍ରତିକ୍ରିୟା ଦେବା ବେଳେ ପୂର୍ବରୁ ବିଜେଡି-ବିଜେପି ମେଣ୍ଟ କଥା ଦୋହରାଇଛନ୍ତି। ସେ କହିଛନ୍ତି ୧୯୯୭-୯୮ ବେଳେ ବିଜେଡି ଡୁବି ଯାଉଥିବା ବେଳେ ଆମେ ତାଙ୍କୁ ଉଦ୍ଧାର କରିଥିଲୁ। ଏବେ ସମୟ ଆସିଛି ପ୍ରତିଶୋଧ ନେବାର। ବିଜୁ ଜନତା ଦଳ ଡୁବି ଯାଉଥିବା ବେଳେ ମେଣ୍ଟ କରି ତାଙ୍କୁ ସରକାରରେ ବସାଇଥିଲୁ । ଏବ ସମୟ ଆସିଛି ଏହି ପୁରୀ ସମୁଦ୍ରରେ ତାଙ୍କୁ ପେଲି ଦେବୁ।

ତେବେ ୨୦୧୯ ସାଧାରଣ ନିର୍ବାଚନ ବେଳେ ବିଜେପିର ଚାଣକ୍ୟ ଅମିତ ଶାହ ଓଡିଶାରେ ସମ୍ବୋଧନ କରିବା ବେଳେ ମାର୍ଚ୍ଚ ଫେବୃଆରୀ ୩ ତାରିଖ ରାଲିରେ କହିଥିଲେ ଏହି ବିଜେଡି ସରକାରକୁ ଫିଙ୍ଗିଦେବାକୁ ଜନତାଙ୍କୁ ଆହ୍ୱାନ ଦେଇଥିଲେ। ଏବେ ଓରାମଙ୍କ ବୟାନ ମଧ୍ୟ  ପ୍ରାୟ ସମାନ। ଅର୍ଥାତ ରାଜ୍ୟରେ କ୍ଷମତାରେ ଥିବା ବିଜେଡି ସରକାରକୁ କ୍ଷମତାଚ୍ଯୁତ କରିବା।

ସେହିପରି ଦିନକ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ବର ଟୁଡୁ କହିଥିଲେ, ରାଜ୍ୟରେ ଦୁର୍ନୀତି ବଢିଛି। ଏହି ସବୁ ମାମଲାରେ ସିବିଆଇ, ଇଡି ଚଢ଼ାଉ ହେବା ଦରକାର। ଚିଟଫଣ୍ଡଠୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗରେ ଓଡ଼ିଶାର ଶାସକ ଦଳ ବ୍ୟାକଫୁଟରେ ଥିହା କୁହାଯାଏ। ତେଣୁ ଦିଲ୍ଲୀରେ କେନ୍ଦ୍ର ସରକାରକୁ ବିଜେଡି ସମର୍ଥନ କରୁଛୁ ବୋଲି କଂଗ୍ରେସ ଅଭିଯୋଗ ଆଣେ। ସେହିପରି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇ କାଠଗଡାରେ ଛିଡା କରିଛନ୍ତି । ଯାହାକୁ ନେଇ ବିଜେଡି ନିରବ ରହିଛି। ଅର୍ଥାତ ବିଜେପି ଏବଂ ବିଜେଡିକୁ ଟାର୍ଗେଟ କରିବା ଆରମ୍ଭ କରିଛି। ଆଉ ଏହି ଟାର୍ଗେଟ ଆରମ୍ଭ ହୋଇଛି ପ୍ରଭାରୀ ସୁନୀଲ ବଂଶଲ ଓ ୭ କେନ୍ଦ୍ରମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପରେ। ତିନି ଦିନିଆ ଶିବିରର ଦ୍ୱିତୀୟ ଦିନରେ କାର୍ଯ୍ୟକର୍ତ୍ତାଙ୍କୁ ସଂଗଠନର ପାଠ ପଢାଇବେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ । ସେନେଇ ରଣନୀତି ଶିଖାଇବେ ଏବଂ ଟାସ୍କ ଦେବେ ଅମିତ ଶାହଙ୍କ ଏହି ବିଶ୍ୱସ୍ତ । ଆଉ ଶେଷ ଦିନ ଅର୍ଥାତ ୧୫ ତାରିଖରେ ମନ୍ତ୍ର ଦେବେ ଦଳର ସଂଗଠନ ମହାମନ୍ତ୍ରୀ ବି.ଏଲ୍. ସନ୍ତୋଷ।

ତେବେ ସାଂସଦ ଓରାମଙ୍କ ମନ୍ତବ୍ୟ ଉପରେ ଜବାବ ରଖିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ସେ କହିଛନ୍ତି, ସାଂସଦ ଓରାମ ଭିତ୍ତିହୀନ କଥା କହୁଛନ୍ତି। ସମୁଦ୍ର ଭଳି ଆମେ ବଢ଼ି ଚାଲିଛି। କିଏ କାହାକୁ ତିଆରି କରେନି, କିଏ କାହାକି ଫୋଫାଡି ପାରେନି। ଜୁଏଲ ଓରାମ ଯେଉଁଦିନ ଏ କଥା ବୁଝିଯିବେ ସେ ଆଉ କହିବେ ନାହିଁ ।

ପ୍ରଥମ ଦିନ ପ୍ରଶିକ୍ଷଣ ଶିବିରରେ ସମସ୍ତ ସାଂସଦ, ବିଧାୟକ, ପଦାଧିକାରୀ, କାର୍ଯ୍ୟକାରିଣୀ ସଦସ୍ୟଙ୍କ ସହ ଜିଲ୍ଲା ସଭାପତି, ପ୍ରଭାରୀ ଏବଂ ବିଭିନ୍ନ ମୋର୍ଚ୍ଚାର ପଦାଧିକାରୀ ଉପସ୍ଥିତ ଥିଲେ। ଆଉ ସମସ୍ତଙ୍କୁ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ସଭାପତି ସମୀର ମହାନ୍ତି, ସାଂସଦ ପ୍ରତାପ ଷଡଙ୍ଗୀ ଏବଂ ଜାତୀୟ ପ୍ରଶିକ୍ଷଣ ଇନ୍‌ଚାର୍ଜ ହେମନ୍ତ ଗୋସ୍ୱାମୀ ସଂଗଠନ କିପରି ସଜଡାଯିବ ସେ ନେଇ ପ୍ରଶିକ୍ଷଣ ଦେଇଛନ୍ତି।

Comments are closed.