ବ୍ରହ୍ମପୁର:ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ପୋଡାମାରୀ ପଞ୍ଚାୟତ ଗୋକର୍ଣ୍ଣମେରୀପଲ୍ଲୀ ଗ୍ରାମରେ ବୁଧବାର ଗ୍ରାମର ପିଣ୍ଟୁ ଗୌଡ଼ଙ୍କ ଦେଢ଼ ବର୍ଷର ପୁଅ ରିଶାନ ନିଖୋଜ ହୋଇଯାଇଥିଲେ । ତେବେ ବୁଧବାର ବିଳମ୍ବିତ ରାତିରେ ଗାଁ ପୋଖରୀରୁ ରିଶାନଙ୍କ ମୃତ ଦେହ ମିଳିଛି। ଏହି ଘଟଣାକୁ ନେଇ ନାନା ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି।
ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ପୂର୍ବାହ୍ନ ସାଢ଼େ ୧୦ ଘଣ୍ଟା ସମୟରେ ପିଣ୍ଟୁଙ୍କ ସ୍ତ୍ରୀ ଘରେ ଖାଇବାକୁ ବସିଥିବା ବେଳେ ପୁଅ ରିଶାନ ବାରଣ୍ଡାରେ ଖେଳୁଥିଲା। ମାଆ ଅଳ୍ପ ସମୟ ପରେ ଦେଖିଲା ବେଳକୁ ରିଶାନ ଦେଖିବାକୁ ମିଳିନଥିଲେ। ପରିବାର ଲୋକେ ଦିନ ତମାମ୍ ଖୋଜାଖୋଜି କରିଥିଲେ ମଧ୍ୟ ସନ୍ଧାନ ମିଳିନଥିଲା । ଏନେଇ ପରିବାର ବର୍ଗଙ୍କ ତରଫରୁ ନିଖୋଜ ନେଇ ପାଟପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ପୋଲିସ ଏତଲାକୁ ଭିତ୍ତିକରି ଏକ ମାମଲା ରୁଜୁ କରିଥିଲା । ଅନ୍ୟପକ୍ଷରେ ପରିବାର ଲୋକେ ବିଳମ୍ବିତ ରାତି ଯାଏଁ ଗ୍ରାମର ଶେଷ ମୁଣ୍ଡ ପର୍ଯ୍ୟନ୍ତ ଖୋଜାଖୋଜି କରିବା ପରେ ଶେଷରେ ଘର ନିକଟସ୍ଥ ମଠ ପୋଖରୀ ଭିତରେ ରାତି ଗୋଟାଏ ବେଳେ ଶିଶୁର ମୃତ ଦେବହ ଭାସୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ । ରିଶାନଙ୍କୁ ପାଣିରୁ ବାହାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ଡାକ୍ତର ସେଠାରେ ରିଶାନଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଗୁରୁବାର ସକାଳୁ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରିବା ସହ ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ଏମ୍କେସିଜି ମେଡ଼ିକାଲକୁ ପଠାଇଥିଲେ । ପରେ ଆସିକା ଏସ୍ଡିପିଓ ଉମାଶଙ୍କର ସିଂ, ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ, ସ୍ଥାନୀୟ ସରପଞ୍ଚ ସନ୍ତୋଷ କୁମାର ବିଷୋୟୀ ରିଶାନଙ୍କ ପରିବାର ବର୍ଗଙ୍କୁ ଭେଟି ଘଟଣା ସଂପର୍କରେ ପଚାରି ବୁଝିଥିଲେ । ଏଥିସହ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିବା ଜଣାପଡିଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି।
BREAKING NEWS
- ରାଜ୍ୟର ନିର୍ଦ୍ଧାରିତ ସମୟରେ ହେବ ପଞ୍ଚାୟତ ନିର୍ବାଚନ, ସବଡିଭିଜନସ୍ତରରେ ପ୍ରସ୍ତୁତି ଆରମ୍ଭ
- ଟ୍ରମ୍ପଙ୍କ ଧମକ: ‘କାନାଡା ଯଦି ଚୀନ୍ ସହିତ ଡିଲ୍ କରେ, ତେବେ ମୁଁ ୧୦୦% ଶୁଳ୍କ ଲାଗୁ କରିବି’
- ବାଂଲାଦେଶରେ ହିନ୍ଦୁ ଯୁବକ ଜୀବନ୍ତ ଦଗ୍ଧ; ଯୋଜନାବଦ୍ଧ ଭାବେ ହତ୍ୟା ଅଭିଯୋଗ…
- Iran US conflict: ଇରାନ ମୁହାଁ ଟ୍ରମ୍ପଙ୍କ ସେନା, ବଙ୍କରରେ ଖାମେନେଇ!
- President Address Nation: ଆଜି ସନ୍ଧ୍ୟାରେ ରାଷ୍ଟ୍ରକୁ ସମ୍ବୋଧିତ କରିବେ ମହାମହିମ ରାଷ୍ଟ୍ରପତି
- Republic Day 2026: ୯୮୨ ପୋଲିସ କର୍ମଚାରୀଙ୍କୁ ମିଳିଲା ସେବା ପଦକ, ଆଗରେ ରହିଛି ଜାମ୍ମୁ-କାଶ୍ମୀର ପୋଲିସ…
- Abhijit Majumdar Passes Away: ଆଉ ନାହାଁନ୍ତି ପ୍ରସିଦ୍ଧ ଓଡ଼ିଆ ସଂଗୀତ ରଚୟିତା ଅଭିଜିତ ମଜୁମଦାର, ଦୀର୍ଘ ଦିନର ଚିକିତ୍ସା ପରେ ଏମ୍ସରେ ଛାଡିଲେ ଶେଷ ନିଃଶ୍ୱାସ
- ଶ୍ରୀମନ୍ଦିରରେ ମାରପିଟ୍, ଭକ୍ତଙ୍କ ମାଡ଼ରେ ଭାଙ୍ଗିଲା ମହିଳାଙ୍କ ହାତ
- Republic Day 2026: ୟୁରୋପୀୟ ସଂଘର ନେତା ହେବେ ୭୭ତମ ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି, କାହିଁକି ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ ଏହି ଅବସର…
- Operation Gorakhya: ଗୋରୁ ମାଫିଆଙ୍କ ଘରେ ଚଢ଼ଉ, ପ୍ରାୟ ସାଢେ ୪ କୋଟି ଟଙ୍କା ଠାବ
Comments are closed.