Latest Odisha News

ଆସନ୍ତା ୧୭ରେ ନାମ୍ବିଆରୁ ଭାରତ ଆସିବେ ୮ଟି  ଚିତାବାଘ

ନୂଆଦିଲ୍ଲୀ: ନାମ୍ବିଆରୁ ଭାରତ ଆସିବେ ଚିତା ବାଘ । ଆସନ୍ତା ୧୭ରେ ନାମ୍ବିଆରୁ ଭାରତ ଆସିବେ ୮ଟି  ଚିତାବାଘ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏକ ସ୍ବତନ୍ତ୍ର ବିମାନ ଯାଇ ପହଁଚିଛି ନାମ୍ବିଆରେ । ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୭ରେ ଏହି ଚିତାକୁ ଉପହାର ଦେବେ ।  ୮ଟି  ଚିତାବାଘ ମଧ୍ୟପ୍ରଦେଶରେ ଥିବା କୁନୋ ଜାତୀୟ ଉଦ୍ୟାନକୁ ଆସିବେ । ଚିତାବାଘମାନେ ବି ୭୪୭ ଜମ୍ବୋ ବିମାନରେ ଆସିବେ।

BjdElectrycity

ଏହି ବିମାନକୁ ବିଶେଷ ଭାବରେ ବାଘ ମୁହଁ ଭଳି ଚିତ୍ରିତ କରାଯାଇଛି। ବିମାନର ଫଟୋ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଭାରତରେ ଚିତାବାଘ ଏବେ ନାହାଁନ୍ତି କିନ୍ତୁ ନାମିବ୍ୟାର ଜଂଗଲରେ ଚିତା ଭରପୁର ଅଛନ୍ତି । ଭାରତକୁ ଆସିବାକୁ ଥିବା ୮ଟି ଚିତାଙ୍କ ମଧ୍ୟରୁ ୫ଟି ମାଇ ଚିତା ଥିବା ବେଳେ ୩ଟି ଅଣ୍ଡିରା ଚିତାବାଘ ରହିଛନ୍ତି।

ଆସନ୍ତା ୧୭ ସେପ୍ଟେମ୍ବର ରାତିରେ ଚିତାମାନଙ୍କୁ ଏହି ସ୍ବତନ୍ତ୍ର କାର୍ଗୋ ବିମାନରେ ପ୍ରଥମେ ରାଜସ୍ଥାନର ଜୟପୁରକୁ ଅଣାଯିବ। ପରେ ସେମାନଙ୍କୁ ଜୟପୁରରୁ ଏକ ଚାର୍ଟାର୍ଡ ​​ହେଲିକପ୍ଟର ଯୋଗେ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ ନିଆଯିବ। ଯେଉଁଠାରେ ନୂଆ ହେଲିପ୍ୟାଡ୍ ମଧ୍ୟ ପ୍ରସ୍ତୁତ ହୋଇ ରହିଛି। ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ  । ଏହି ଅବସରରେ  ୮ଟି ଚିତାଙ୍କୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛାଡ଼ିବା ପାଇଁ କାର୍ଯ୍ୟକ୍ରମ ସ୍ଥିର ହୋଇଛି ।

ପ୍ରଧାନମନ୍ତ୍ରୀ ମୋଦି ଚିତାକୁ କୁନୋ ଜାତୀୟ ଉଦ୍ୟାନ ଭିତରକୁ ଛାଡିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କୁନୋ ଜାତୀୟ ଉଦ୍ୟାନକୁ  ଚିତାବାଘ ଛଡାଯିବା ଭାରତୀୟ ହିଂସ୍ରପ୍ରାଣୀ ଓ ସେମାନଙ୍କ ବସତିକୁ ସଶକ୍ତ କରିବା ଦିଗରେ କେନ୍ଦ୍ର ସରକାରଙ୍କର ଏକ ଉଦ୍ୟମ । ୧୯୫୨ ମସିହାରେ ଭାରତରୁ ଚିତା ବଂଶ ଲୋପ ପାଇଯାଇଥିବା ଘୋଷଣା କରାଯାଇଥିଲା । ଛଡାଯିବାକୁ ଥିବା ଚିତାଗୁଡିକୁ ଚଳିତ ବର୍ଷ ପ୍ରାରମ୍ଭରେ ସ୍ୱାକ୍ଷରିତ ଏକ ବୁଝାମଣାପତ୍ର ଆଧାରରେ ନାମ୍ବିଆରୁ ଅଣାଯାଉଛି ।  ଚିତାବାଘ ଛଡାଯିବା ଦ୍ୱାରା  ଭାରତରେ ପୁଣି ଚିତା ବଂଶବିସ୍ତାର କରିବେ ବୋଲି କୁହାଯାଉଛି ।

Leave A Reply

Your email address will not be published.