ଝାରସୁଗୁଡା : ଝାରସୁଗୁଡା ଜିଲ୍ଲାର କୁଲାବିରା ଓ ଲଇକେରା ବ୍ଲକକୁ ITDS ବ୍ଲକ ଘୋଷଣା କରାଯାଉ ବୋଲି ଆଦିବାସୀ ସଂଗଠନ ଦାବି କରାଯାଇଛି ।
ଏହି ସଂଗଠନ ଅନେକ ଥର ଦାବି କରିଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଉ ନ ଥିବାରୁ ଆଜି ଝାରସୁଗୁଡାରେ ଆଦିବାସୀ ମାନେ ପାରମ୍ପରିକ ନୃତ୍ୟ ଶୋଭାଯାତ୍ରାରେ ସାମିଲ ରହି ଜିଲ୍ଲାପାଳ ଅଫିସରେ ପହଁଞ୍ଚି ଥିଲେ ।
ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇ କୁଲାବିରା ଓ ଲଇକେରା ବ୍ଲକକୁ ITDS ବ୍ଲକ ଘୋଷଣା ଘୋଷଣା କରିବା ପାଇଁ ପୁଣି ଲିଖିତ ଭାବେ ଜଣାଇଛନ୍ତି। ଏହି ପ୍ରସଙ୍ଗରେ ଝାରସୁଗୁଡା ଆଦିବାସୀ ସଂଗଠନ ଜିଲ୍ଲା ଆଦିବାସୀ ସଂଗଠର ଆବାହକ ମହେନ୍ଦ୍ର ନାଏକ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।
Comments are closed.