Latest Odisha News

ତିରୁପତି ମନ୍ଦିରରେ ୧.୦୨ କୋଟି ଟଙ୍କା ଦାନ କଲେ ମୁସଲିମ ଦମ୍ପତି

ଚେନ୍ନାଇ: ଆନ୍ଧ୍ରପ୍ରଦେଶର ତିରୁମାଲାସ୍ଥତ ତିରୁପତି ମନ୍ଦିରରେ ଆଜି ଏକ ମୁସଲିମ ଦମ୍ପତି ୧.୦୨ କୋଟି ଟଙ୍କା ଦାନ ଆକାରରେ ଦେଇଛନ୍ତି । ଭଗବାନ ଭେଙ୍କଟେଶ୍ୱରଙ୍କୁ ବ୍ୟାପାରୀ ଅବଦୁଲ ଗନି ଓ ତାଙ୍କ ପତ୍ନୀ ସୁବିନା ବାନୋଁ ଏହି ଅର୍ଥ ଦାନ କରିଛନ୍ତି । ଏକ ଭିନ୍ନ ସମ୍ପ୍ରଦାୟର ହେବା ସତ୍ୱେ ଏତେ ମାତ୍ରାର ଅର୍ଥ ଦାନ କରିବା ଯୋଗୁ ଏହା ଏବେ ଚର୍ଚ୍ଚାର କାରଣ ସାଜିଛି । ତିରୁପତି ମନ୍ଦିରର ଅଧିକାରୀଙ୍କଠାରୁ ମିଳିଥିବା ତଥ୍ୟ ଅନୁସାରେ ପଦ୍ମାବତୀ ରେଷ୍ଟ ହାଉସର ଆସବାବପତ୍ର ଓ ଅନ୍ୟ ଆନୁଷଙ୍ଗିକ ପାଇଁ ୮୭ ଲକ୍ଷ ଟଙ୍କା, ଅନ୍ନ ପ୍ରସାଦ ଟ୍ରଷ୍ଟ ପାଇଁ ୧୫ ଲକ୍ଷ ଟଙ୍କା ଦାନ ଦେଇଥିଲେ । ଅନ୍ନ ପ୍ରସାଦମ ମାଧ୍ୟମରେ ପ୍ରତ୍ୟେକ ଦିନ ଭକ୍ତମାନଙ୍କୁ ମାଗଣା ଖାଦ୍ୟ ପ୍ରଦାନ କରାଯାଇଥାଏ । ଦାନ ଦେବା ପୂର୍ବରୁ ସେମାନେ ତିରୁପତି ଦେବସ୍ଥାନମ ଅଧିକାରୀଙ୍କ ସହ ଏ ନେଇ ଆଲୋଚନା କରିଥିଲେ ।

ଏହା ପୂର୍ବରୁ ମଧ୍ୟ ଏହି ବ୍ୟବସାୟୀ ୨୦୨୦ କରୋନା ମହାମାରୀ ସମୟରେ ମନ୍ଦିର ପରିସରରେ କୀଟନାଶକ ସ୍ପ୍ରେ ପାଇଁ ଟ୍ୟାକ୍ଟର ମାଇଣ୍ଡେଡ ସ୍ପ୍ରେୟର ଦାନ କରିଥିଲେ । ସେହିପରି ପରିବା ରଖିବା ପାଇଁ ୩୫ ଲକ୍ଷ ଟଙ୍କା ମୂଲ୍ୟର ରେଫ୍ରିଜରେଟର ପ୍ରଦାନ କରିଥିଲେ । ଭାରତର ମହାନ ଶିଳ୍ପବତି ମୁକେଶ ଅମ୍ବାନୀ ଶୁକ୍ରବାର ୧.୫ କୋଟି ଟଙ୍କା ଦାନ କରିଥିଲେ । ସୋମବାର ଓ ମଙ୍ଗଳବାର ପାଖାପାଖି ୮ କୋଟି ଟଙ୍କା ଦାନ ଆକାରରେ ମନ୍ଦିରକୁ ମିଳିଛି ।

Leave A Reply

Your email address will not be published.