Latest Odisha News

BREAKING NEWS

ଡଲାର ତୁଳନାରେ ୪୦ ପଇସା ହ୍ରାସ ପାଇ ସର୍ବନିମ୍ନ ସ୍ତରରେ ଟଙ୍କା

ମୁମ୍ବାଇ: ଭାରତୀୟ ଟଙ୍କା ମୂଲ୍ୟ ହ୍ରାସ ପାଇଛି । ଆଜି କାରବାର ଆରମ୍ଭରୁ ଟଙ୍କା, ଆମେରିକୀୟ ଡଲାର ତୁଳନାରେ ୪୨ ପଇସା ହ୍ରାସ ପାଇ ସର୍ବନିମ୍ନ ସ୍ତର ୮୦.୮୩ରେ ରହିଛି । ବୁଧବାର ଡଲାର ତୁଳନାରେ ଟଙ୍କା କାରବାର ୭୯.୯୭୫୦ରେ ବନ୍ଦ ହୋଇଥିଲା ।

ବୁଧବାର ଡଲାର ଇଣ୍ଡେକ୍ସ ୨ ଦଶନ୍ଧି ମଧ୍ୟରେ ସବୁଠୁ ଅଧିକ ୧୧୦.୮୭ରେ ପହଞ୍ଚିଥିଲା । ବ୍ଲୁମବର୍ଗ ରିପୋର୍ଟ ଅନୁସାରେ, କେବଳ ଭାରତୀୟ ମୁଦ୍ରା ନୁହେଁ ୟୁକ୍ରେନ୍-ଋଷ ଯୁଦ୍ଧ, ବେଜିଂ ଓ ତାଇୱାନ ଉତ୍ତେଜନା ମଧ୍ୟରେ ଅନେକ ଦଶର ମୁଦ୍ରା ମୂଲ୍ୟ ହ୍ରାସ ପାଇଛି । ବିଗତ ୨୦ ମଧ୍ୟରେ ୟୁରୋ ମୂଲ୍ୟ ସର୍ବନିମ୍ନ ୦.୯୮୦୭ ଡଲାରକୁ ଖସି ଆସିଛି ।

ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, କାନାଡ଼ା, ସିଙ୍ଗାପୁର ଏବଂ ଚୀନ ମୁଦ୍ରା ମୂଲ୍ୟ ମଧ୍ୟ ୨ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରକୁ ଖସିଛି । ସେହିଭଳି ବ୍ରିଟିଶ ପାଉଣ୍ଡ ୩୭ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରରେ ରହିଛି ।

Leave A Reply

Your email address will not be published.