Latest Odisha News

BREAKING NEWS

ବିଶିଷ୍ଟ ପାଲା କଳାକାର ପଣ୍ଡିତ ନାରାୟଣ ଦାଶଙ୍କ ପରଲୋକ

ଭୁବନେଶ୍ୱର : ବାଲିଅନ୍ତା ନିକୁଞ୍ଜବିହାରୀ ମନ୍ଦିରର ମୁଖ୍ୟ ପୂଜକ, ବିଶିଷ୍ଟ ପାଲା କଳାକାର, ଗାନ୍ଧିବାଦୀ ଚେତନାର ପ୍ରବକ୍ତା ପଣ୍ଡିତ ନାରାୟଣ ଦାଶଙ୍କର ୯୮ ବର୍ଷ ବୟସରେ ପରଲୋକ ହୋଇଯାଇଛି । କିଛି ଦିନ ଧରି ବାଦ୍ଧକ୍ୟ ଜନିତ ରୋଗରେ ସେ ପୀଡ଼ିତ ଥିଲେ ।

ସ୍ୱର୍ଗତଃ ଦାଶଙ୍କର ପରଲୋକ ଖବର ପାଇ ବହୁ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ ଓ ତାଙ୍କ ମରଶରୀରକୁ ଗ୍ରାମ ପରିକ୍ରମା କରାଯାଇ କୁଶଭଦ୍ରା ନଦୀଶଯ୍ୟା ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମାପନ କରାଯାଇଛି । ତାଙ୍କ ବିୟୋଗରେ ବିଧାୟକ ଶଶିଭୂଷଣ ବେହେରା, ଅରବିନ୍ଦ ଢାଲି, ସୁଶାନ୍ତ କୁମାର ରାଉତ, ଅନନ୍ତ ନାରାୟଣ ଜେନା, ରମେଶ ଚନ୍ଦ୍ର ସାଏ, ମୌଷଧ ବାଗ୍, ପର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଭାଗିରଥୀ ବଡ଼ଜେନା, ସରପଞ୍ଚ କୃଷକେଶବ ଆପଟ, ଗାୟକ ଆହ୍ମାଦ ସୁରେନ୍ଦ୍ର ନାଥ ଛୋଟରାୟ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରା, ଜ୍ୟୋତିପ୍ରଭା ସମ୍ପାଦକ ଆଶୁତୋଷ ସାମନ୍ତରାୟ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି । ତାଙ୍କ ପରଲୋକରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.