ଚାନ୍ଦୁପୁର: ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଦ୍ବାରା ଅତି ସ୍ବଳ୍ପ ଦୂରତା ବିଶିଷ୍ଟ ବାୟୁ ପ୍ରତିରକ୍ଷା ପ୍ରଣାଳୀ (ଭିଏସଏଚଓଆରଏଡିଏସ) କ୍ଷେପଣାସ୍ତ୍ରର ଦୁଇଟି ପରୀକ୍ଷଣ ସଫଳ ହୋଇଛି ।
ଓଡ଼ିଶା ଉପକୂଳ ଚାନ୍ଦିପୁରସ୍ଥିତ ସମନ୍ବିତ ପରୀକ୍ଷଣ ଘାଟିଠାରେ ଭୂପୃଷ୍ଠରେ ରଖାଯାଇଥିବା ଏକ ପୋର୍ଟେବଲ ଲଞ୍ଚର ବା ଉତକ୍ଷେପଣ ଯାନରୁ ଏହି କ୍ଷେପଣାସ୍ତ୍ରର ଫ୍ଲାଇଟ୍ ଟେଷ୍ଟ କରାଯାଇଥିଲା।
ଭିଏସଏଚଓଆରଏଡିଏସ ହେଉଛି ଏକ ପୋର୍ଟେବଲ ବା ମାନବବାହିତ ବାୟୁ ପ୍ରତିରକ୍ଷା ପ୍ରଣାଳୀ (ମ୍ୟାନପ୍ୟାଡ) ଯାହାକୁ ହାଇଦ୍ରାବାଦସ୍ଥିତ ଡିଆରଡିଓର ଗବେଷଣା କେନ୍ଦ୍ର ଇମାରତ (ଆରସିଆଇ) ଦ୍ବାରା ଡିଜାଇନ କରାଯାଇଛି । ଡିଆରଡିଓ ପ୍ରୟୋଗଶାଳା ଏବଂ ଭାରତୀୟ ଉଦ୍ୟୋଗ ଜଗତର ସହଭାଗିତାରେ ଏହି ସ୍ବଦେଶୀ କ୍ଷେପଣାସ୍ତ୍ରକୁ ନିର୍ମାଣ କରାଯାଇଛି ।
ଭିଏସଏଚଓଆରଏଡିଏସରେ ରହିଛି କ୍ଷୁଦ୍ର ଆକୃତିର ପ୍ରତିକ୍ରିୟା ନିୟନ୍ତ୍ରଣ ପ୍ରଣାଳୀ (ଆରସିଏସ) ଏବଂ ସମନ୍ବିତ ଏଭିଓନିକ୍ସ ଭଳି ବହୁ ନୂଆ ଜ୍ଞାନକୌଶଳ । ଏସବୁ ଅତ୍ୟାଧୁନିକ ବ୍ୟବସ୍ଥା ଆଜିର ପରୀକ୍ଷଣ ସମୟରେ ସଫଳତା ପୂର୍ବକ ପ୍ରମାଣିତ ହୋଇଥିଲା । ଏହି କ୍ଷେପଣାସ୍ତ୍ରରେ ଥିବା ଦୁଇଟିକିଆ ସଲିଡ୍ ମୋଟର କ୍ଷମତା ଯାହାକି ଆକାଶମାର୍ଗରୁ ଆସୁଥିବା କମ ଉଚ୍ଚତା ବିଶିଷ୍ଟ ବିପଦକୁ ଅଳ୍ପ ଦୂରତାରେ ଧ୍ବଂସ କରିବାରେ ସକ୍ଷମ ହୋଇପାରିବ ।
Comments are closed.